ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶହେ ଦିନର ହିସାବ ଫର୍ଦ୍ଧ

Sep 10, 2019 - 06:56
 121
ଭୁବନେଶ୍ୱର,୯/୯(ସକାଳଖବର): ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନରେ କେନ୍ଦ୍ର ସରକାର ଓଡିଶାକୁ ୧୬,୬୦୫.୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ୍ ମଣ୍ଡାଭିଆ ପ୍ରକାଶ କରିଛନ୍ତି । ସୋମବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୧୦୦ ଦିନର ହିସାବ ଦେଇ ସେ ଏହା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଓଡିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ବିଭାଗ ଦିଆଯାଇଥିଲା । ଏବେ ୪ ଟି ବିଭାଗ ଦିଆଯାଇଛି । ଓଡିଶାକୁ ଦିଆଯାଇଥିବା ୧୬,୬୦୫.୨ କୋଟି ଟଙ୍କା ମଧ୍ୟରୁ ୫,୩୩୩ କୋଟି ଟଙ୍କା କାମ୍ପା ଫଣ୍ଡରୁ ଦିଆଯାଇଥିବା ବେଳେ ଫନିର କ୍ଷତିପୂରଣ ବାବଦକୁ ୩ଟି ପର୍ଯ୍ୟାୟରେ ୪,୬୭୮.୨୨ କୋଟି ଟଙ୍କା ଓ ରେଲୱେ ବଜେଟ୍ ରେ ୫,୯୯୩ କୋଟି ଟଙ୍କା ଦିଆଯାଇଛି । ଓଡିଶାକୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନାହିଁ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ଓ ବାତ୍ୟା ପ୍ରବଣ ଅଂଚଳରେ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୋଦି ସରକାର ସବକା ସାଥ, ସବକା ବିକାଶ ନୀତି ନେଇ କାମ କରୁଛି । ମୋଦି ସରକାରଙ୍କ ନୀତିର ମୂଳରେ ଦେଶର ଗରୀବ, ବଂଚିତ ଓ ଶୋଷିତ ରହିଛି । ସେମାନଙ୍କର ବିକାଶ ସହିତ ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ସେହିପରି ପ୍ରତିରକ୍ଷା, ଦୂରସଂଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତନ ଆଣିବା ସହ ଦେଶର ଭିତିଭୂମିକୁ ସୁଦୃଢ କରିବା ଦିଗରେ ମୋଦି ସରକାର କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ତା'ର ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରା କରିଥିବା ଅବସରରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ମନସୁଖ୍ ମାଣ୍ଡଭିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନରେ ଦେଶର ହିତ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଗତ ବଜେଟ୍ ଅଧିବେଶନରେ ସର୍ବାଧିକ ଦିନ ଧରି ସଂସଦ ·ଲିଥିଲା । ଯାହା ବିଗତ ୨୦ ବର୍ଷରେ ହୋଇ ନାହିଁ । ବିଜେପି ସରକାର ଲୋକଙ୍କୁ କ୍ଷତି ପହଁ·ଉଥିବା ୫୮ଟି ଆଇନକୁ ହଟାଇ ଦେଇଛନ୍ତି ଏବଂ ନୂତନ ଆଇନ ପ୍ରଣୟନ କରିଛନ୍ତି । ବଡ଼ ଐତିହାସିକ ପଦକ୍ଷେପ ହେଲା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ । ଜାମ୍ମୁ ଓ କାଶ୍ମୀର ବାସିନ୍ଦା ଆଜି ନିଜର ହକ୍ ପାଇଛନ୍ତି । ସରକାରୀ ଯୋଜନା ଆଉ ଅପହଂଚ ହୋଇ ରହି ନାହିଁ । ସେହିପରି ଆତଙ୍କାବାଦୀଙ୍କ ନିରସ୍ତ୍ର କରିବାକୁ ଉଦ୍ୟମ ଜାରି ରହିଛି ।