ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ

Sep 10, 2019 - 06:55
 113
ଭୁବନେଶ୍ୱର,୯/୯(ସକାଳଖବର): ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପିଡୀତ ଥିଲେ । ସେ ଇଂରାଜୀ ସମ୍ବାଦ ପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡରେ ଓଡିଶା ମୁଖ୍ୟ ଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି । ସୋମବାର ଅପରାହ୍ନ ରେ ଭୁବନେଶ୍ୱର ସତ୍ୟନଗରରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ସ୍ୱର୍ଗତ ଶତପଥୀ ଅବିବାହିତ ଥିବାରୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁର ଖବର ପାଇବା ପରେ ପୂର୍ବାହ୍ନରେ ବହୁ ସାମ୍ବାଦିକ , ପ୍ରଶାସନିକ ବ୍ୟକ୍ତି , ରାଜନୈତିକ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।