ମୋ ସାଇକେଲ ସେବା ଶୁଭାରମ୍ଭ

Nov 26, 2018 - 17:45
 166
ମୋ ସାଇକେଲ ସେବା ଶୁଭାରମ୍ଭ
ଭୁବନେଶ୍ୱର, ୨୬/୧୧ (ସକାଳଖବର) ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାମୂହିକ ସାଇକେଲ ବ୍ୟବସ୍ଥା “ମୋ ସାଇକେଲ” ସେବା । ସୁଲଭ ମୂଲ୍ୟରେ ସୁସ୍ଥ ଓ ସଅଳ ଯାତ୍ରା ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିବା ପରେ ପ୍ରାୟ ୨ ହଜାର ସାଇକେଲ ରାଜଧାନୀ ରାଜପଥରେ ଗଡିଥିଲା । ଏହି ସବୁ ସାଇକେଲରେ ଜିପିଏସ, ଜିପିଅ ।ରଏସ ଏବଂ ବ୍ଲୁଟୁଥ୍ ର ବ୍ୟବସ୍ଥା ରହିଛି । ଫଳରେ ସାଇକେଲର ଗତିବିଧିକୁ ସହଜରେ ଠାବ କରାଯାଇ ପାରିବ । ଏହା ସହ ସାଇକେଲର ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଯାତ୍ରୀଙ୍କୁ ତୁରନ୍ତ ସୂଚନା ମିଳିବ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଥମେ "ମୋ ସାଇକେଲ' ଅ ।ପ୍ ଇନଷ୍ଟଲ କରି ନାମ ପଞ୍ଜିକୃତ କରିବାକୁ ପଡିବ । ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଅଧଘଂଟା ପାଇଁ ମାଗଣାରେ ସାଇକେଲ ମିଳିବ ଏବଂ ପରେ ୩୦ ମିନିଟକୁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡ଼ିବ । ରାଜଧାନୀର ବିଭିନ୍ନ ସ୍ଥାନରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କୁ ସାଇକେଲ ଯୋଗାଇ ଦିଅ ।ଯିବ ବୋଲି ସୂଚନା ଦିଆଯାଇଛି । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।