ବିଶ୍ୱ କପ୍ ହକି ପାଇଁ ରାଜଧାନୀର ବିଦ୍ୟାଳୟ ବନ୍ଦ

Nov 26, 2018 - 17:43
 234
ଭୁବନେଶ୍ୱର, ୨୬/୧୧(ସକାଳଖବର): ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୧ଟା ୩୦ ମିନିଟ୍ ଠାରୁ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ମଙ୍ଗଳବାର ଦିନ ଅପରାହ୍ନ ସାଢେ ଗୋଟାଏରୁ ବନ୍ଦ ରହିବ । ସେହିପରି ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ସାଢେ ଗୋଟାଏରୁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।