ମୁଣ୍ଡରେ ବନ୍ଧୁକ ଲଗାଇ ୮ଲକ୍ଷ ଟଙ୍କା ଲୁଟ ଅଭିଯୋଗ

Aug 14, 2018 - 18:34
 194
ମୁଣ୍ଡରେ ବନ୍ଧୁକ ଲଗାଇ ୮ଲକ୍ଷ ଟଙ୍କା ଲୁଟ ଅଭିଯୋଗ
ଭୁବନେଶ୍ୱର,୧୪/୮ (ସକାଳଖବର):ଆଜି ବଳଙ୍ଗା ଥାନା ଅନ୍ତର୍ଗତ ରୁପଦେଇପୁର ଗା୍ରମର ଗୋଖାଦ୍ୟ ବ୍ୟବସାୟୀ ରଂଜନ କୁମାର ସାହୁ ଗୋଖାଦ୍ୟ କିଣିବା ପାଇଁ ନିମାପଡା ଯାଉଥିବା ବେଳେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୁତ ମାନେ ୮ଲକ୍ଷ ଟଙ୍କା ଲୁଟିନେଇଥିବା ନିମାପଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗର ବିବରଣୀରୁ ପ୍ରକାଶ ଯେ ଆଜି ଦିନ ୧୦ଟା ବେଳେ ରଂଜନ ଏକ ବୋଲେରୋ ଗାଡିରେ ୮ଲକ୍ଷ ଟଙ୍କ ଧରି ଡ୍ରାଇଭର ଓ ଶଶ୍ୱରଙ୍କୁ ସାଙ୍ଗରେଧରି ଯାଉଥିବା ବେଳେ ନିମାପଡା କେନାଲ ବନ୍ଦ ରାସ୍ତାରେ ୪ଜଣ ଦୁର୍ବୁତ ୨ଗୋଟି ପଲସର ବାଇକରେ ଆସି ପିକଅପ ଆଗରେ ରଖି ଦେବାରେ ରଂଜନ ଅଟକିବା କ୍ଷଣି ଦୁର୍ବୁତ ମାନେ ରଂଜନଙ୍କ ମୁଣ୍ଡରେ ୩ଗୋଟି ବନ୍ଧୁକ ଲଗାଇ ଜଲଦି ଟଙ୍କା ବ୍ୟାଗ ଦେଇଦେବାକୁ କହିଥିଲେ ନହେଲେ ଉଡାଇଦେବାକୁ ଧମକ ଦେବାରେ ରଂଜନ ଡରିଯାଇ ଗାଡିର ସିଟ ତଳେ ରଖିଥିବା ଟଙ୍କା ବ୍ୟାଗଟିକୁ ଦେଇଦେଇଥିଲେ । ଟଙ୍କା ନେବା ପରେ ଦୁର୍ବୁତ ମାନେ ଦ୍ରୁତଗତିରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ରଂଜନ ଏନେଇ ନିମାପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରିରଖିଛି ।