ମୁଖ୍ୟମନ୍ତ୍ରୀଙ୍କ ସହିତ ବିଶ୍ୱ ବ୍ୟାଙ୍କ ଭାରତ ନିଦେ୍ର୍ଧଶକଙ୍କ ଆଲୋଚନା

Aug 22, 2019 - 06:41
 126
ଭୁବନେଶ୍ୱର,୨୧/୮(ସକାଳଖବର): ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ଏହାର କଂଟ୍ରି ଡାଇରେକ୍ଟର ଜୁନେଦ କମଲ ଅହମଦଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଛନ୍ତି । ବିକାଶ ପ୍ରକ୍ରିୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ଅଧିକ ଭାଗିଦୀରୀ, ଦାରିଦ୍ର୍ୟ ଦୂରୀକରଣ ଏବଂ ଉତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଳେ । ଆଗାମୀ ଦିନରେ ବିଶ୍ୱ ବ୍ୟାଙ୍କ ସହିତ ଅଧିକ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ ତଥା ଅନ୍ୟାନ୍ୟ ସାମାଜିକ ଅର୍ଥନୈତିକ କାର୍ଯ୍ୟକ୍ରମର ସଫଳତା ପାଇଁ ସୋସିଆଲ ରେଜିଷ୍ଟି୍ର ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବିକାଶ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର କଂଟି୍ର ପାର୍ଟନରସିପ୍ ଫ୍ରେମ୍ ୱାର୍କ କାର୍ଯ୍ୟକ୍ରମ ଅଧିନରେ ଦେଶର କେତେକ ରାଜ୍ୟ ସହିତ ଓଡ଼ିଶାର ଷ୍ଟ୍ରାଟେଜିକ ଷ୍ଟେଟ ପାର୍ଟନରସିପ୍ ରହିଛି । ଏହି କାର୍ଯ୍ୟକ୍ରମ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଅଧିନରେ ବିଶ୍ୱ ବ୍ୟାଙ୍କକୁ କେଉଁ କେଉଁ କ୍ଷେତ୍ରରେ ଅଧିକ ବିକାଶର ଆବଶ୍ରକତା ରହିଛି ଏବଂ କେଉଁ କେଉଁ କ୍ଷେତ୍ରରେ ଅଧିକ ସହଯୋଗିତାର ଆବଶ୍ୟକତା ରହିଛି, ସେ ସବୁ ଚିହ୍ନଟ କରିବା ପାଇଁ ବିଶ୍ୱ ବ୍ୟାଙ୍କକୁ ଏକ ରାପିଡ଼ ଷ୍ଟେଟ୍ ଡାଇଗ୍ନୋଷ୍ଟିକ ଷ୍ଟଡି କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।