କେନ୍ଦ୍ରାପଡାରେ ବଜ୍ରପାତ, ୫ ମୃତ , ୨ ଗୁରୁତର

Aug 22, 2019 - 06:42
 114
କେନ୍ଦ୍ରପଡ଼ା, ୨୧/୮(ସକାଳଖବର): କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରାଘାତ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମହାକାଳପଡାର କରଂଜ ଗ୍ରାମରେ ବଜ୍ରାଘାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସେହିପରି ଗରଦପୁରର ମରିଲୋ ଗ୍ରାମରେ ଜଣେ ଏବଂ ଗୋତ୍ରିବିଲ ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଛି । ମାର୍ଶାଘାଇର ନରଣପୁର ଗ୍ରାମରେ ମଧ୍ୟ ବଜ୍ରାଘାତ ଯୋଗୁଁ ଜଣଙ୍କର ପ୍ରାଣହାନି ଘଟିଛି ।