ମାହାଙ୍ଗା ଡବଲ ମର୍ଡର ଘଟଣା:ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ

Jun 20, 2022 - 10:00
 59
ମାହାଙ୍ଗା ଡବଲ ମର୍ଡର ଘଟଣା:ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ
ସାଲେପୁର : ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ତଦନ୍ତରେ କାହିଁକି ବିଳମ୍ବ ହୋଇଛି । ଏହାର କାରଣ ଦର୍ଶାଇଭାକୁ ମାହାଙ୍ଗା ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଧାର୍ୟ୍ୟ ତାରିଖ ମୁତାବକ ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ତ୍ତମାନ ତଦନ୍ତ ଦାୟିତ୍ବରେ ଥିବା ସାଲେପୁର ଏସ୍‌ଡିପିଓ ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ପହଞ୍ଚିଛନ୍ତି । ତେବେ ମାନ୍ୟବର ଅଦାଲତଙ୍କୁ ରିପୋର୍ଟ କଣ ଦେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କୋର୍ଟରେ କେସ୍‌ ଡାଏରୀ ଦାଖଲ କରିଥିବା ଅନୁମାନ କରାଯାଉଛି ।