ରାଜ୍ୟରେ ୨୯ଲକ୍ଷ ଲୋକ ନେଇନାହାନ୍ତି ଦ୍ବିତୀୟ ଡୋଜ୍ ଟିକା

Jun 20, 2022 - 10:01
 51
ରାଜ୍ୟରେ ୨୯ଲକ୍ଷ ଲୋକ ନେଇନାହାନ୍ତି ଦ୍ବିତୀୟ ଡୋଜ୍ ଟିକା
ଭୁବନେଶ୍ବର: କୋଭିଡ୍ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି । ରାଜ୍ୟର ୪୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରିକସନ୍ ଡୋଜ୍ ନେଇନାହାନ୍ତି । ତେବେ ୯୦ ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି । ୧୮ବର୍ଷରୁ ଉର୍ଦ୍ଧ୍ବ ୯୬ ପ୍ରତିଶତ ପ୍ରଥମ ଡୋଜ୍, ୧୨ରୁ ୧୪ବର୍ଷ ବୟସ ବର୍ଗର ୯୧ ପ୍ରତିଶତ, ୧୫ରୁ ୧୭ବର୍ଷ ବୟସ ବର୍ଗର ୮୦ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ବର୍ତ୍ତମାନ ଟିକାକରଣକୁ ତ୍ବରାନ୍ବିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର୍ ଘର୍ ଦସ୍ତକ କାର୍ୟ୍ୟକ୍ରମ । ଏଥିରେ କିଏ ପ୍ରଥମ ଡୋଜ୍ ନେଇଛି, କିଏ ଦ୍ବିତୀୟ ଡୋଜ୍ ନେଇଛି, କିଏ ପ୍ରିକସନ୍ ଡୋଜ୍ ନେଇଛି, କିଏ ଟିକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇନ୍ ଭ୍ୟାନ୍ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି । ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ୍ ଟିକା ଦିଆସରିଛି । ଏବେ ରାଜ୍ୟର ୨୨୭୭ ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି ।