ମାଓବାଦୀଙ୍କ ସମର୍ଥନକୁ ଗ୍ରହଣ କଲାନି ଓକିଲ ସଂଘ

Nov 25, 2018 - 06:08
 198
ମାଓବାଦୀଙ୍କ ସମର୍ଥନକୁ ଗ୍ରହଣ କଲାନି ଓକିଲ ସଂଘ
ବଲାଙ୍ଗିର, ୨୪/୧୧ (ସକାଳଖବର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଓକିଲ ମାନେ ଦୀର୍ଘ ଦିନ ଧରି ଚଳାଇଥିବା ଆନେ୍ଦାଳନକୁ ନକ୍ସଲ ସଂଗଠନ ସମର୍ଥନ ଜଣାଇଛି । କିନ୍ତୁ ମାଓବାଦୀଙ୍କ ଏହି ସମର୍ଥନକୁ ଗ୍ରହଣ କରିନି ଓକିଲ ସଂଘ । ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ଓକିଲ ମାନେ ଦୀର୍ଘ ଦିନରୁ ଆନେ୍ଦାଳନ ଚଳାଇ ଆସୁଥିଲେ ହେଁ ପ୍ରଥମ ଥର ପାଇଁ ନକ୍ସଲ ମାନେ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି । ଏପରିକି ଆସନ୍ତା ୨୯ ତାରିଖରେ ହେବାକୁ ଥିବା ପଶ୍ଚିମ ଓଡ଼ିଶା ମହାବନ୍ଦକୁ ସେମାନେ ସମର୍ଥନ ଜଣାଇଛନ୍ତି । ଏହି ଦିନ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ କରି ଓକିଲଙ୍କୁ ସମର୍ଥନ ଜଣାଇବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ନକ୍ସଲଙ୍କ ବି.ବି.ଏମ୍ ଡିଭିଜନ୍ ର ସଚିବ ବସନ୍ତ କୁମାର ଏକ ଅଡ଼ିଓ ଟେପ୍ ଜାରୀ କରି ଏପରି ଆହ୍ୱାନ ଦେଇଛନ୍ତି । ସଂଗଠନ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିକୁ ମଧ୍ୟ ସମର୍ଥନ ଜଣାଇଛି । ଏସବୁ ସତ୍ୱେ ମାଓବାଦୀଙ୍କ ସମର୍ଥନକୁ ଓକିଲ ସଂଘ ଗ୍ରହଣ କରିନି । ଅନ୍ୟପକ୍ଷରେ ବି.ବି.ଏମ୍ ଡିଭିଜନ୍ ଜାରୀ କରିଥିବା ଅଡ଼ିଓ ଟେପ୍ ର ସତ୍ୟାସତ୍ୟ ନେଇ ବଲାଙ୍ଗିର ପୋଲିସ ଯାଂଚ୍ କରୁଛି । ଏହା ସହିତ ପୋଲିସ ସଜାଗ ରହିଛି ବୋଲି ଅତିରିକ୍ତ ଏସପି କହିଛନ୍ତି ।