ଅରୁନ୍ଧତି ଇନଫ୍ରାଟେକ ଠକେଇ ମାମଲାରେ ଶୁଣାଣି ଘୁଞ୍ଚିଲା

Jul 3, 2018 - 13:59
 191
କଟକ,୩ା୭(ସକାଳଖବର): ଅରୁନ୍ଧତି ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ଅଶୋକ ସୁନ୍ଦରାୟ ଓ ନିଦେ୍ର୍ଧଶିକା ତଥା ତାଙ୍କ ପତ୍ନୀ ନିରୁପମା ସୁନ୍ଦରାୟଙ୍କ ପୃଥକ ଅପିଲ ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ କୋର୍ଟ ଏହି ମାମଲା ଉପରେ ଶୁଣାଣି କରି କେତେ ଘର ତିଆରି ଶେଷ ହୋଇଛି, ସେ ନେଇ ଲିଖିତ ଭାବେ ଜଣାଇବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।