ସୁଶାନ୍ତ ଧଳସାମନ୍ତଙ୍କୁ କୁଲର ଯୋଗାଇବା ପିଟିସନ ଉପରେ ସାନି ନୋଟିସ

Jun 25, 2018 - 19:07
 184
କଟକ,୨୫ା୬(ସକାଳଖବର): ବଲାଙ୍ଗୀର ଜେଲରେ ରହୁଥିବା ସୁଶାନ୍ତ ଧଳସାମନ୍ତଙ୍କୁ ଜେଲ ମଧ୍ୟରେ କୁଲର ଯୋଗାଇ ଦେବା ଉପରେ କଣ ପଦକ୍ଷେପ ନିଆଯାଇଛି, ସେ ସଂକ୍ରାନ୍ତରେ ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ର ଜେଲ ଆଇଜି ଓ ବଲାଙ୍ଗୀର ଜେଲ ଅଧିକ୍ଷକଙ୍କୁ ପୁନଃ ନୋଟିସ ଜାରି କରିଛନ୍ତି । ଆସନ୍ତା ୨ତାରିଖ ସୁଦ୍ଧା ଜବାବ ରଖିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବଲାଙ୍ଗୀର ଜିଲାରେ ୪୦ଡିଗ୍ରୀରୁ ଅଧିକା ଉତ୍ତାପ ରହୁଛି, ସେଠାରେ ଥିବା କିଛି ଅନ୍ତେବାସୀଙ୍କୁ କୁଲର ଦିଆଯାଇଥିବାବେଳେ ଆବେଦନକାରୀଙ୍କୁ କୁଲର ଦିଆଯିବା ନେଇ କୌଣସି ବ୍ୟବସ୍ଥା ହେଉନାହି ବୋଲି ଅଭିଯୋଗ କରି ଏକ ପିଟିସନ ଦାଖଲ ହୋଇଥିଲା । ତେବେ କୁଲର ବ୍ୟବସ୍ଥା ନେଇ କଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ୩ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ମାତ୍ର କୌଣସି କର୍ତ୍ତୃପକ୍ଷ ଧାର୍ଯ୍ୟ ସମୟରେ ଜବାବ ନରଖିବାରୁ କୋର୍ଟ ପୁଣି ଏକ ନୋଟିସ ପ୍ରଦାନ କରିଛନ୍ତି । ଆସନ୍ତା ୨ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଧଳସମାନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।