ମହୁଲ ଫୁଲର ଅଭାବି ବିକ୍ରି ଅଭିଯୋଗ
ନୂଆପଡା, ୧୬/୩(ସକାଳଖବର): ମହୁଲ ଫୁଲର ବାସ ଚହଟଇ ଚଉପାସ - ଉକ୍ତିଟି ସତରେ ଗ୍ରାମାଞ୍ଚଳ ଜୀବନରେ ଘନିଷ୍ଟ ସମ୍ପର୍କ ରହିଥିବା ବେଳେ ଆଦିବାସୀଙ୍କ ଜୀବନ ଯାତ୍ରା ବିଶେଷ ମହତ୍ୱ ରହିଥାଏ । ନୂଆପଡା ଜିଲ୍ଲା ଗ୍ରାମାଞ୍ଚଳ ଏବଂ ଜଙ୍ଗଳ ବହୁଳ ଜିଲ୍ଲା ଅଟେ । ଏଠାକାର ଆଦିବାସୀ ମାନେ ଜଙ୍ଗଳ ଉପରେ ନିର୍ଭରଶୀଳ ହୋଇ ନିଜର ଜୀବିକା ନିର୍ବାହ ନେଇ ଜଙ୍ଗଳରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି । ମହୁଲଫୁଲ ଜଙ୍ଗଳର ମୂଲ୍ୟବାନ ଫୁଲ ରୂପେ ପରିଚିତ । ଏହି ଫୁଲକୁ ଗ୍ରାମବାସୀ ମାନେ ସଂଗ୍ରହ କରି ନିଜର ତେଲଲୁଣ ସଂସାରରେ ସହାୟକ ହୋଇଥାଏ । ଗ୍ରୀଷ୍ମର ଆଗମନ ପୂର୍ବରୁ ମହୁଲ ବୃକ୍ଷରେ ଫୁଲ ଧରିବାର ଆରମ୍ଭ ହୋଇ ପ୍ରକୃତୀର ଏକ ଅପୂର୍ବ ମନୋରମ ଦୃଶ୍ୟପଟ ଦେଖାଯାଇଥାଏ । ଜଙ୍ଗଳ ମୂଲକ ଗ୍ରାମ ମାନଙ୍କରେ ଆରମ୍ଭ ହୋଇଯାଇ ମହୁଳ ଫୁଲ ସଂଗ୍ରହର ପର୍ବ । ଗ୍ରାମବାସୀ ମାନେ ମଜି ଯାଇଥାନ୍ତି ଫୁଲ ସଂଗ୍ରହରେ । ନୂଆପଡା ଜିଲ୍ଲାର ୫ ଗୋଟି ବ୍ଳକ କୋମନା, ନୂଆପଡା, ସିନାପାଲି, ବୋଡେନ ବ୍ଲକ ମାନଙ୍କରେ ଏହି ଫୁଲ ସଂଗ୍ରହ ବ୍ୟାପକ ମାତ୍ରାରେ ହେଉଥିବା ବେଳେ ଖଡିଆଳ ବ୍ଳକରେ ମଧ୍ୟ କାଁ ଭାଁ ଫୁଲ ସଂଗ୍ରହ ନେଇ ଗ୍ରାମବାସୀ ମାନେ ବ୍ୟସ୍ତ ରହିଥାନ୍ତି । ମହୁଲ ବୃକ୍ଷ ଜଙ୍ଗଳର ଏକ ଅର୍ଥକାରୀ ବୃକ୍ଷ ରୂପେ ନିଜର ପରିଚୟ ବିସ୍ତାର କରିଥିବା ବେଳେ ଗୋଟିଏ ବର୍ଷରେ ଏହି ବୃକ୍ଷ ୨ ରକମର ଫୁଲ ଏବଂ ଫଳ ପ୍ରଦାନ କରିଥାଏ । ପ୍ରକୃତି ନିଜର କୌଣସି ପରିବର୍ତନ କରୁନଥିବା ବେଳେ ସମୟ ମୁତାବକ ତାଙ୍କର ପ୍ରଭାବ ଦେଖାଇଥାନ୍ତି । ଗ୍ରୀଷ୍ମ ଆଗମନ ପୂର୍ବରୁ ସମସ୍ତ ବୃକ୍ଷରୁ ପତ୍ର ଝଡିବାର ଆରମ୍ଭ ହୋଇ ବୃକ୍ଷ ଗୁଡକ ଲଣ୍ଡା ହୋଇ ପଡିଥିବା ବେଳେ ମହୁଲ ବୃକ୍ଷରେ ଦେଖାଯାଇଥାଏ ଅଦ୍ଭୁତ ସୌନ୍ଦର୍ଯ୍ୟର ଉପମା । ପେନ୍ଥା ପେନ୍ଥା ହୋଇ ମହୁଲ ଫୁଲ ବୃକ୍ଷରେ ଲଦି ହୋଇ ସତରେ ଭୂମି ସ୍ପର୍ଶ କରିବାକୁ ଚେଷ୍ଟା କରୁଥିବା ପରି ମନେ ହୁଏ । ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ତିନି ମାସ ଧରି ମହୁଲ ଫୁଲ ବୃକ୍ଷରେ ଆସିଥିବା ବେଳେ ଏହି ତିନି ମାସ ଧରି ଗ୍ରାମବାସୀ ମାନେ ବ୍ୟସ୍ତ ହୋଇ ଯାଆନ୍ତି ସଂଗ୍ରହ ନେଇ । ଭୋର ସକାଳରୁ ଗ୍ରାମର ବୟୋଜ୍ୟେଷ୍ଠ ମହିଳା,ନାବାଳକ ଓ ପୁରୁଷ ମାନେ ମୁଣ୍ଡରେ ଡଲା ଟୋପା ଧରି ଚାଲି ଯାଇଥାନ୍ତି ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ । ସୂର୍ଯ୍ୟ ଉଦୟ ହୋଇ ଧିରେ ଧିରେ ରଶ୍ମି ଟାଣ ହେବାକୁ ବସୁଥିବା ବେଳେ ମହିଳା ପୁରୁଷଙ୍କ ପାଇଁ ପହଞ୍ଚô ଥାଏ ବାସି ପଖାଳ । ସେଠାରେ ମନ ଆନନ୍ଦରେ ବାସି ପଖାଲ ଖାଇ ମହୁଲ ଫୁଲ ଟୋକେଇ ଧରି ନିଜ ଘରକୁ ଫେରିଥାନ୍ତି । ସେହି ସଂଗୃହିତ ଫୁଲକୁ ନେଇ ଜଙ୍ଗଳର ଏକ ଚଟାଣରେ ଶୁଖାଇ ତାକୁ ଏକ ପ୍ରକ୍ରୀୟାରେ ପକାଇଥାନ୍ତି । ଗ୍ରାମର ନିକଟସ୍ଥ ଜଙ୍ଗଳରେ ସଂଗ୍ରହକାରୀ ମାନେ ନିଜ ଘରକୁ ଆଣି ଫୁଲକୁ ଶୁଖାଇଥାନ୍ତି । ପରେ ଏହି ଫୁଲ ଶୁଖିବା ଅବସ୍ଥାରେ ଘରକୁ ଆଣି ଦଲାଲ କିମ୍ବା ମଧ୍ୟମ ସଂଗ୍ରହକାରୀଙ୍କ ଠାରେ ବିକ୍ରୀ କରିଥାନ୍ତି । ମହୁଲ ଫୁଲର କୌଣସି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ନଥିବା ବେଳେ ମଧ୍ୟମ ସଂଗ୍ରହକାରୀ ମାନେ ପ୍ରାଥମିକ ସଂଗ୍ରହକାରୀଙ୍କ ଠାରୁ କିଣି ଅଧିକରୁ ଅଧିକ ଲାଭବାନ ହୋଇଥାନ୍ତି । ସେହିପରି ମହୁଲ ଫୁଲର ଅଭାବ ବିକ୍ରୀ ହେଉଥିବା ବେଳେ ପ୍ରଶାସନ କୌଣସି ବଜାର ବ୍ୟବସ୍ଥା କରିନଥିବା କାରଣରୁ ଗୋଟାଲି ମାନେ ନିମ୍ନ ଦରରେ ବିକ୍ରୀ କରିଥାନ୍ତି । ଏହି ଫୁଲ ସଂଗୃହିତ ଅର୍ଥ ଗ୍ରାମବାସୀ ତଥା ପରିବାରିକ ଜୀବନରେ ସହାୟକ ହୋଇଥାଏ । ଏଥି ପ୍ରତି ପ୍ରଶାସନ ଏବଂ ସରକାର ବିଶେଷ ଧ୍ୟାନ ଦେଇ ପା୍ରଥମିକ ସଂଗ୍ରହକାରୀଙ୍କୁ ଉପଯୁକ୍ତ ପାରିଶ୍ରମିକ ପାଇବାର ପ୍ରଚେଷ୍ଟା କରିବା ନିତାନ୍ତ ଆବଶ୍ୟକ ଅଟେ ।