ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ଅନୁଗୋଳ,୧୮/୩(ସକାଳଖବର): ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ବ୍ରହ୍ମପୁର ଗାଁର ବିଶିଷ୍ଟ ଧର୍ମପରାୟଣବ୍ୟକ୍ତି ବାସୁଦେବ ପ୍ରଧାନଙ୍କ ୮୧ ବର୍ଷ ବୟସରେ ରବିବାର ଅପରାହ୍ନ ୩ ଘଟିକା ୪୫ ମିନିଟ୍ ସମୟ ବେଳେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଦୀର୍ଘ ୫/୬ ମାସ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଖବର ପାଇ ବରିଷ୍ଠ ନେତା ତଥା ସମାଜସେବୀ ବିପ୍ଲବ ଜେନା, ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନୀରଞ୍ଜନ ଦେହୁରୀ, ବରିଷ୍ଠ ନେତା ବଂଶୀଧର ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବବିତା ନାୟକ ଓ କଳିଙ୍ଗ ହାଇସ୍କୁଲର ଶିକ୍ଷକ, କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚô ତାଙ୍କ ଶେଷ ଦର୍ଶନ କରିଥିଲେ । ସେ ହେଉଛନ୍ତି ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ବଡ଼ଭାଇ ତଥା ନନ୍ଦପୁର ପଞ୍ଚାୟତ ସରପଞ୍ଚ ଅନୀତା ପ୍ରଧାନଙ୍କ ବବାଶ୍ୱଶୁର । ସେ ଜଣେ ପରୋପକାରୀ, ଧର୍ମପ୍ରାଣ, ଜନପ୍ରିୟ ବ୍ୟକ୍ତିଭାବେ ସାରା ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କସ୍ତ୍ରୀ, ଦୁଇ ପୁଅବୋହୁ ୫ ଝିଅ-ଜ୍ୱାଇଁ, ଦୁଇ ପୁତୁରା, ପୁତୁରା ବୋହୂ, ୫ ଝିଆରୀ ଓ ଜ୍ୱାଇଁ, ନାତିନାତୁଣୀ ଓ ସଂପର୍କୀୟ ଉପସ୍ଥିତ ଥିଲେ । ବଡ଼ନାତି ପୁପୁଲୁ ପ୍ରଧାନ ମୁଖାଗ୍ନି ଦେଇଥିଲେ । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।