କେବେ ଉଦ୍ଧାର ହେବ ହାତୀ ? ୫୪ ଘଣ୍ଟା ହେଲା ପୋଖରୀରେ ଫସିଛି ଦନ୍ତା

Jun 19, 2022 - 07:01
 54
କେବେ ଉଦ୍ଧାର ହେବ ହାତୀ ? ୫୪ ଘଣ୍ଟା ହେଲା ପୋଖରୀରେ ଫସିଛି ଦନ୍ତା
ସମ୍ବଲପୁର ୧୯।୦୬: କେବେ ଉଦ୍ଧାର ହେବ ହାତୀ ? ପୋଖରୀରେ ୫୪ ଘଣ୍ଟାରୁ ଅଧିକ ହେଲା ଫସିଛି ଦନ୍ତା । ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁରେ ଅସୁସ୍ଥ ଦନ୍ତାର ଚିକିତ୍ସା କରୁଛନ୍ତି OUAT ବିଶେଷଜ୍ଞ ଟିମ୍ । ଖବର ଅନୁଯାୟୀ, ହାତୀଟି ଗତ ୨ ତାରିଖରେ ଅସୁସ୍ଥ ଥିବାବେଳେ ଓୟୁଏଟି ଟିମ୍ ଚିକିତ୍ସା କରିଥିଲା । ଦୁଇ ହାତୀ ମଧ୍ୟରେ ସଂଘର୍ଷ ଯୋଗୁ ଏଭଳି ଆଘାତ ଲାଗିଥିବା ବନ ବିଭାଗ କହିଥିଲା। ଲଢେଇ ଯୋଗୁ ହାତୀର ଡାହାଣ ଗୋଡରେ କ୍ଷତ ହୋଇଛି । ପାଣି ପିଇବା କିମ୍ବା ଗାଧୋଇବାକୁ ଯାଇ ହାତୀଟି ପୋଖରୀରେ ପଡିଯାଇଛି । ଆଉ ପୋଖରୀରୁ ଉଠିପାରୁନି । ଏବେ ପାଣିରେ ବୁଡି ରହିଥିବା ଦନ୍ତାକୁ ଟାଣି ଟାଣି କୂଳକୁ ଆଣିବା ପରେ ତାର ଚିକିତ୍ସା କରାଯାଉଛି ।