ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ

Dec 5, 2018 - 17:30
 205
ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ
ରାଉରକେଲା,୫/୧୨(ସକାଳଖବର): ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଛି । ଏହି ଅଗ୍ନିକାଣ୍ଡର ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି । ତେବେ ଏହି ଅଗ୍ନିକାଣ୍ଡ ପଛରେ ଅ ।ତ୍ମଘାତି କାର୍ଯ୍ୟ ସନେ୍ଦହ କରାଯାଉଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଅ ।ରମ୍ଭ କରିଥିବା ବେଳେ ଏନଅ ।ଇଟି ନିଦେ୍ର୍ଧଶକ ଅନିମେଶ ବିଶ୍ୱାସ ଏକ ୭ ଜଣିଅ । କମିଟି ଗଠନ କରିଛନ୍ତି । ଉକ୍ତ କମିଟି ଅଗ୍ନିକାଣ୍ଡ କାରଣ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୨ଟା ୧୫ ମିନିଟ ସମୟରେ ଏନଅ ।ଇଟିର ୱାର୍କ୍ସ ଆଣ୍ଡ ପର୍ଚେଜ୍ ବିଭାଗ ବିଲିଡିଂରେ ନିଆଁ ଲାଗିଥିବା ଖବର ପାଇ ୨ଟି ଦମକଳ ଗାଡ଼ି ଅ ।ସି ଦୀର୍ଘ ୨/୩ ଘଂଟା ପରିଶ୍ରମ କରି ନିଆଁକୁ ଅ ।ୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବକପତ୍ର ସହିତ ଗୁରୁତ୍ୱପୂର୍ଣ୍ଣ କମ୍ପ୍ୟୁଟରଗୁଡ଼ିକ ପୋଡି ପାଉଁଶ ହୋଇ ଯାଇଛି । ନିଅାଁ ଯୋଗୁଁ କମ୍ପ୍ୟୁଟର ହାର୍ଡଡିସ୍କରେ ଥିବା ସମସ୍ତ ତଥ୍ୟ ନଷ୍ଟ ହୋଇ ଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତି କ୍ଷତି ହୋଇଥିିବା ଏନ୍ଅ ।ଇଟି କୂଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି । ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଥିଲେ ହେଁ କମ୍ପ୍ୟୁଟରଗୁଡ଼ିକର ତଥ୍ୟ ନଷ୍ଟ ହେବା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବା ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି ।