ରାୟଗଡାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Feb 27, 2019 - 21:24
 138
ଭୁବନେଶ୍ୱର, ୨୭/୨(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ରାୟଗଡା ଜିଲ୍ଲା ଗସ୍ତରେ ଯାଇ ୧୨୭୦ କୋଟି ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତିି । ଏଥିମଧ୍ୟରୁ୭୩୭.୪୨ ଲକ୍ଷ ଟଙ୍କାର ୮୯ଟି ପ୍ରକଳ୍ପର ଉଦଘାଟିତ ହୋଇଥିବା ବେଳେ ୫୩୨.୯୮ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ରାୟଗଡା ଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୧୦ କୋଟି ରୁ ଉଦ୍ଧ୍ୱର୍ ଟଙ୍କାର ସିଡ୍ ମନି ସହାୟତା ପାଇଥିବା ୬,୭୨୯ ସ୍ୱଂୟ ସହାୟକ ଗୋଷ୍ଠୀ , ୨.୨୦ କୋଟି ଟଙ୍କା ଡିଜିଟାଲ ସଶକ୍ତିିକରଣ ପାଇଁ ପାଇଥିବା ୬,୭୩୫ ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ୨ . ୭୫ କୋଟି ଟଙ୍କାର ସହୟତା ପାଇଥିବା ୧୧ ଟି ବ୍ଲକ୍ ସ୍ତରୀୟ ମହାସଂଘର ସଦସ୍ୟମାନଙ୍କ ସହିତ ଭାବବିନିମୟ କରିଥିଲେ । ଏହି ବ୍ଲକ୍ ଗୁଡିକ ହେଲା ରାୟଗଡା , ଗୁଡାରୀ , କୋଲନରା , ବିଷମକଟକ , ଗୁଣୁପୁର ବ୍ଲକ୍ ଓ ମ୍ୟୁନସିପାଲଟି , କାଶୀପୁର , ରାମନଗୁଡା , ମୁନିଗୁଡା , ଚନ୍ଦ୍ରପୁର ଇତ୍ୟାଦି ।