ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ : ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି । ମାର୍ଚ୍ଚ ୪ ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଘୋଷିତ ୧୫ ଜଣ ଭାରତୀୟ ମହିଳା କ୍ରିକେଟ୍ ଦଳରୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗୁସ୍ଙ୍କୁ ବାଦ୍ ଦିଆଯାଇଛି । ଏଥିସହିତ ଭେଟେରାନ ମିତାଲି ରାଜଙ୍କୁ ଦଳର ଅଧିନାୟିକା ଦାୟିତ୍ୱ ଦିଆଯାଇଥିବାବେଳେ ହରମାନପ୍ରୀତ କୌରଙ୍କୁ ଉପ-ଅଧିନାୟିକା ନିଯୁକ୍ତି କରାଯାଇଛି । ଫର୍ମ ନଥିବା ରୋଡ୍ରିଗୁସ୍ ଏବଂ ଅଲରାଉଣ୍ଡର ଶିଖା ପାଣ୍ଡେଙ୍କୁ ଦଳରୁ ବାଦ ଦିଆଯାଇଛି । ଜେମିମା ଗତ ବର୍ଷରେ ଖେଳିଥିବା ଆନ୍ତର୍ଜାତୀୟ ମ୍ୟାଚରେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ ।
ଏଥି ସହିତ, ୧୪ ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ଫେବୃଆରୀ ୯ ରୁ ୨୪ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ସୀମିତ ଓଭର ସିରିଜରେ ଅଂଶଗ୍ରହଣ କରିବେ, ଯେଉଁଥିରେ ଗୋଟିଏ ଟି -୨୦ ଆନ୍ତର୍ଜାତୀୟ ଏବଂ ପାଞ୍ଚଟି ଦିନିକିଆ ଅନ୍ତର୍ଭୁକ୍ତ ।
ଆଇସିସି ମହିଳା ବିଶ୍ୱକପ ୨୦୨୨: ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ମହିଳା ଦଳ
ମିତାଲି ରାଜ (ଅଧିନାୟକ), ହରମାନପ୍ରୀତ କୌର (ଉପ ଅଧିନାୟକ), ସ୍ମୃତି ମନ୍ଧନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ ( ୱିକେଟ୍ କିପର), ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାଷ୍ଟ୍ରକର, ମେଘନା ସିଂ, ରେନୁକା ସିଂ ଠାକୁର, ତାନିଆ ଭାଟିଆ (ୱିକେଟ୍ କିପର), ରାଜେଶ୍ୱରୀ ଗାଇକୱାଡ, ପୁନମ ଯାଦବ ।
ଷ୍ଟାଣ୍ଡବାଇ ଖେଳାଳି: ସାବିନେନେ ମେଘନା, ଏକତା ବିଷ୍ଟ, ସିରମାନ ଦିଲ ବାହାଦୂର