ଭାରତୀୟ ଅଣ୍ଡ-୧୯ ରଗ୍ବି ପ୍ରତିଯୋଗିତା ଉଦଯାପିତ
ବାରିପଦା,୦୯/୦୯ (ସକାଳଖବର): ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଥଲା । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୯ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇଥିବା ସମୟରେ ମୟୂରଭଞ୍ଜ ମହାରାଣୀ ରାଜଶ୍ରୀ ଭଞ୍ଜଦେଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଉକ୍ତ ଉଦଯାପନୀ ଉତ୍ସବରେସମୟରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଫୁଲ୍ଲ ସାମଲ ଯୋଗ ଦେଇଥିବା ବେଳେ ମୟୂରଭଞ୍ଜ ଲୋକସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଏସିଆ ରଗବି ଆସୋସିଏସନର ସଭାପତି ଆଗା ହୋସେନ, ଉତ୍ତର ଭୂବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୟୂରଭଞ୍ଜ ମହାରାଜା ତଥା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦାଃ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ପ୍ରଦୀପ କୁମାର ଚାନ୍ଦ, ଷ୍ଟେସନ ଆଥେଲେଟିକ ଆସୋସିଏସନ ସମ୍ପାଦକ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାଳିକା ବିଭାଗର ଫାଇନାଲ ମ୍ୟାଚରେ ବିଜୟୀ ଟିମ ଭୂବନେଶ୍ୱର କିସକୁ ଚମ୍ପିଆନ ଟ୍ରଫି ଓ ପରାସ୍ତ ହୋଇଥିବା ଟିମ ପଶ୍ଚିମବଙ୍ଗ ରାଜ୍ୟର ଜଙ୍ଗଲ କ୍ରୋକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ବାଳକ ବିଭାଗର ଫାଇନାଲ ମ୍ୟାଚରେ ବିଜୟୀ ଦଳ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋକୁ ଚମ୍ପିଆନ ଟ୍ର‘ି ଓ ପରାସ୍ତ ହୋଇଥିବା ଟିମ ଦିଲ୍ଲୀ ରିବେଲସ୍କୁ ରନର୍ସ ଅପ୍ ଟ୍ର‘ି ପ୍ରଦାନ କରିଥିଲେ । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଯାଇଥିଲା ଓଡ଼ିଶା ତଥା ଓଡ଼ିଶା ବାହାରର ବିଶିଷ୍ଟ କଳାକାର ଅଭିଜିତ୍ ମୁଜୁମଦାର, ସତ୍ୟଜିତ୍ ପ୍ରଧାନ, ରୋଜାଲିନ ସାହୁ, ଦାଗ୍ଗର ଟୁଡ଼ୁ, କଳ୍ପନା ହାଁସଦାଃ ଓ ରିୟା ଦେ ପ୍ରମୁଖଙ୍କ ଦ୍ୱାରା ପରିବେଶିତ ସୁମଧୁର ସଙ୍ଗୀତର ମୂର୍ଚ୍ଛନା । ସଙ୍ଗୀତର ସୁମଧୁର ଝଙ୍କାର ସହିତ ତାଳ ଦେଇ ଖେଳାଳୀମାନଙ୍କ ସହିତ ଦର୍ଶକମାନେ ମତୁଆଲା ହୋଇ ଉଠିଥିଲେ ଦର୍ଶକ । ସୂଚନାଯୋଗ୍ୟ ଯେ, ଏହି ସର୍ବଭାରତୀୟ ଜାତୀୟ ଅଣ୍ଡର-୧୯ ରଗବୀ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜାତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ ଖେଳାଳୀ ଅଂଶ ଗ୍ରହଣ କରିଥିଲେ ।