ଭାରତ ପାଇଁ ଦ୍ୱିତୀୟ ପଦକ ଆଣିଲେ ଦୂତୀ

Aug 29, 2018 - 18:39
 178
ଭାରତ ପାଇଁ ଦ୍ୱିତୀୟ ପଦକ ଆଣିଲେ ଦୂତୀ
ଭୁବନେଶ୍ୱର,୨୯/୮ (ସକାଳଖବର): ଜାକର୍ତାଠାରେ ଚାଲିଥିବା ଏସିଆନ ଗେମସରେ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଧାବିକା ଦୂତି ଚାନ୍ଦ ଦ୍ୱିତୀୟସ୍ଥାନ ଅଧିକାର କରି ଭାରତ ପାଇଁ ଆଉ ଏକ ପଦକ ଆଣିବାରେ ସକ୍ଷମ ହୋଇଛନ୍ତି । ସେ ୨୩.୨୦ ସେକେଣ୍ଡରେ ଦୂରତାକୁ ଅତିକ୍ରମ କରିଥିଲା ବେଳେ ପୂର୍ବରୁ ୧୦୦ ମିଟର ଦୌଡ଼ରେ ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ଏହି ଏସିଆନ କ୍ରୀଡ଼ା ପ୍ରତିଯୋଗୀତାରେ କ୍ରମାଗତଭାବେ ୨ଟି ଇଭେଂଟରେ ଦ୍ୱିତୀୟ ସ୍ଥାନରେ ରହି ଚାନ୍ଦି ପଦକ ଆଣିବା କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମେଜର ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ଅଭିନନ୍ଦନ ଜଣାଇଛନ୍ତି । ସେମାନେ ଦେଇଥିବା ବକ୍ତବ୍ୟରେ କହିଛନ୍ତି ଯେ, ଏସିଆନ କ୍ରୀଡ଼ାରେ ଦୂତି ଦେଶ ଓ ରାଜ୍ୟର ଗୌରବ ବଢ଼ାଇଛନ୍ତି । ତାଙ୍କର ଏହି ସଫଳତା ଅଲମ୍ପିକ ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଅଧିକ ସଫଳତା ଦେବ ।