ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟ

Aug 29, 2018 - 18:36
 184
ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟ
ଭୁବନେଶ୍ୱର,୨୯/୮ (ସକାଳଖବର): ପୂର୍ବତନ ପ୍ରିନ୍ସିପାଲ ଆକାଉଂଟାଂଟ ଜେନେରାଲ ଅମର ପଟ୍ଟନାୟକ ବିଜେଡିରେ ଯୋଗ ଦେଇଛନ୍ତି । ବୁଧବାର ପୂର୍ବାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ଯୋଗ ଦେବା ପରେ ତାଙ୍କୁ ଦଳର ଆଇଟି ସେଲ୍ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡ଼ି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ଅମର ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ସେ ବହୁ ରାଜ୍ୟରେ କାର୍ଯ୍ୟ କରିଛନ୍ତି ଓ ତାଙ୍କର ବିପୁଳ ପ୍ରଶାସନିକ ଅନୁଭୂତି ରହିଛି । ସେ ଆଜି ଆମ ଦଳରେ ଯୋଗ ଦେଇଥିବାରୁ ବିଜେଡିର ଶକ୍ତି ବୃଦ୍ଧି ହେବ, ଏଥିରେ ସନେ୍ଦହ ନାହିଁ । ସେ ଆମ ଦଳର ଆଇଟି ସେଲ ମୁଖ୍ୟ ହୋଇ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।