୧୧ଟି କଲେଜର ଠିକାଦାରୀ କାର୍ଯ୍ୟ ସରାକର କରିବେ
ଭୁବନେଶ୍ୱର, ୨୯/୮ (ସକାଳବର): ଆସନ୍ତା ୩୧ ତାରିଖରେ ରାଜ୍ୟର ପଶ୍ଚିମ ଓଡ଼ିଶା, ଉତର ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଥିବା ୧୧ଟି କଲେଜର ଭିତ୍ତିଭୂମିର ବିକାଶ କାର୍ଯ୍ୟ ରାଜ୍ୟ ସରକାର ନିଜ ହାତକୁ ନେବା ଉଦେ୍ଧଶ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ଭିଡ଼ିଓ କନଫରେନସି ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ନେଇ ସମ୍ପୃକ୍ତ କଲେଜର ଛାତ୍ର, ଶିକ୍ଷକ, ପରିଚାଳନା କମିଟିର ସଭ୍ୟ, ଲୋକ ପ୍ରତିନିଧି ଏବଂ କଲେଜ ଷ୍ଟାଫ ମାନଙ୍କ ସହିତ ଆଲୋଚନା କରିବେ । ଏହି କଳେଜଗୁଡ଼ିକ ହେଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ, ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ କଲେଜ, କେଉଁଝର ଜିଲ୍ଲାର ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜ ଏବଂ ଆନନ୍ଦପୁରସ୍ଥିତ ଆନନ୍ଦପୁର କଲେଜ, ରାୟଗଡ଼ା ଅଟୋନୋମସ କଲେଜ ଏବଂ ଗୁଣୁପୁରସ୍ଥିତ ଗୁଣୁପୁର କଲେଜ, ବାଲେଶ୍ୱର ଜିଲ୍ଲାର ନୀଳଗିରି କଲେଜ, ମାଲକାନଗିରି ଜିଲ୍ଲାର ମାଲକାନଗିରି କଲେଜ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର କଲେଜ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାସ୍ଥିତ ଆଦିବାସୀ କଲେଜ ଏବଂ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜ । ତେଣୁ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ, ସଭାପତି ଏବଂ ପରିଚାଳନା କମିଟିର ସଭ୍ୟ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି, ଛାତ୍ର ପ୍ରତିନିଧି ଓ ସ୍ଥାନୀୟ ଶିକ୍ଷାବିତ୍ ମାନଙ୍କୁ ଜଣାଇବା ପାଇଁ ଉପରୋକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି
ା ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଓସୱାନ ହଲରେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।