ଭାଟ ହ୍ରାସ ଦାବିରେ ବିଜେଡିକୁ ବିଜେପିର ଟାର୍ଗେଟ

Oct 5, 2018 - 18:43
 182
ଭାଟ ହ୍ରାସ ଦାବିରେ ବିଜେଡିକୁ ବିଜେପିର ଟାର୍ଗେଟ
ଭାଟ ହ୍ରାସ ଦାବିରେ ବିଜେଡିକୁ ବିଜେପିର ଟାର୍ଗେଟ ଭୁବନେଶ୍ୱର,୫/୧୦(ସକାଳଖବର):କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲରୁ ଅଢେଇ ଟଙ୍କା ଲେଖାଏଁ ଭାଟ କମାଇଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପେଟ୍ରୋଲ୍ ଓ ଡିଜେଲ୍‌ ଉପରୁ ଭାଟ ହ୍ରାସ କରିବା ଦାବିରେ ଶୁକ୍ରବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ମାଷ୍ଟର କ୍ୟାଂଟିନରେ ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ଏହା ସହ ଅଯଥା ରାଜନୀତି ନ କରି ତେଲ ଦରରୁ ଭାଟ କମ କରିବାକୁ ଦାବି ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତୈଳଦର ୨ଟଙ୍କା ୫୦ ପଇସା ହ୍ରାସ କରିଥିଲେ । ୫ଟି ରାଜ୍ୟ ତତକ୍ଷଣାତ ଲିଟର ପିଛା ଦର ଆଉ ୨.୫୦ ପଇସା ହ୍ରାସ କରିଥିଲେ । ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଦର ହ୍ରାସ ପାଇଁ ଅପିଲ କରିଥିଲେ । ରାଜ୍ୟ ସରକାରଙ୍କୁ ତେଲରୁ ଭାଟ କମାଇବା ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିବାବେଳେ ଓଡିଶା ସରକାର ତର୍ଜମା କରିବେ ବୋଲି କହିଥିଲେ ।