ହାତୀପଲ ଚଳାଇଛନ୍ତି ଆତଙ୍କ ରାଜ

Oct 5, 2018 - 18:32
 202
ଅନୁଗୋଳ ୫/୧୦(ସକାଳଖବର): କିଶୋରନଗର ବ୍ଲକ ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର କୁମ୍ଭାରମୁଣ୍ଡାରେ ଲଗାତାର କିଛି ଦିନ ହେବା ପ୍ରାୟ ୩୦ଟିରୁ ଅଧିକ ହାତୀ ପଲ ଆସି ଗ୍ରାମରେ ଚାଷୀଭାଇ ମାନେ ଚାଷ କରିଥିବା ଚାଷଜମିକୁ ଖାଇବା ସହିତ ମାଡ଼ି ଦଳି ନଷ୍ଟ କରିପକାଉଛନ୍ତି । ଏନେଇ ଗ୍ରାମବାସୀ ବନବିଭାଗର କର୍ମଚାରୀଙ୍କୁ ଜଣାଇ ଥିଲେ ମଧ୍ୟ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ର ଆକଳନ କରିବା ସହିତ ହାତୀପଲକୁ ଘଉଡ଼ାଇବା ପାଇଁ ସାହାଯ୍ୟ କରୁନଥିବାରୁ ଚାଷୀ ଏବେ କଣ କରିବେ ଭାବି ପାରୁ ନାହାଁନ୍ତି । ସଞ୍ଜ ନଇଁଲେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ହାତୀ ବିଲ ମଧ୍ୟକୁ ପଶି ଆସୁଛନ୍ତି । ଚାଷୀମାନେ ଏହା ଦେଖୁଥିଲେ ମଧ୍ୟ ଛାତିରେ ପଥର ପଡ଼ିଲା ଭଳି ମନେ ହେଉଥିଲେ ମଧ୍ୟ କାହାରିକୁ କିଛି କହିପାରୁ ନାହାନ୍ତି କିମ୍ବା କହିଲେ କେହି ବନବିଭାଗ କର୍ମଚାରୀ ଶୁଣୁ ନାହାଁନ୍ତି । ଏହି ଗ୍ରାମର ରାଘବ ନାୟକ, ସଞ୍ଜୟ ନାୟକ, ବିଷ୍ଣୁ ନାୟକ, ରବିନ୍ଦ୍ର ନାୟକ ଏବଂ ଅନ୍ୟ ଚାଷୀମାନଙ୍କର ପ୍ରାୟ ପାଞ୍ଚ ଏକର ଜମିକୁ ନଷ୍ଟ କରିସାରିଲେଣି ଏହି ଅଞ୍ଚଳରୁ ହାତୀ ପଲକୁ ଘୋଡ଼ାଇବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତ