ବେଗୁନିଆ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା

Aug 4, 2018 - 14:41
 176
ବେଗୁନିଆ ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ମାମଲା
କଟକ,୪ା୮(ସକାଳଖବର): ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିମ୍ନ ଅଦାଲତଙ୍କ ନୋଟିସ୍ ପ୍ରଦାନରେ ପ୍ରଶାସନିକ ଶିଥିଳତାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲା ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି.ଆର୍ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସରକାରଙ୍କୁ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ବିଚାରାଧୀନ କଂପ୍ଲେନ୍ କେସ୍ରେ ହାଜର ହେବା ପାଇଁ ବିଧାୟକ ଶ୍ରୀ ଜଗଦେବଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରୁ ବହୁବାର ନୋଟିସ୍ ଜାରି ହୋଇଥିବାବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ନୋଟିସ୍ ପ୍ରଦାନ କରାଯାଇନାହି ବୋଲି ଦର୍ଶାଇ ବୋଲିଗଡ ଅଞ୍ଚଳର ବାସିନ୍ଦା ପ୍ରହଲ୍ଲାଦ ଦଳାଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।