ଡଙ୍କାରୀ ପାହାଡ଼ରେ ବେଆଇନ ଉତ୍ତୋଳନ ମାମଲା

Sep 4, 2018 - 18:17
 203
ଡଙ୍କାରୀ ପାହାଡ଼ରେ ବେଆଇନ ଉତ୍ତୋଳନ ମାମଲା
କଟକ,୪ା୯(ସକାଳଖବର): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ଡଙ୍କାରୀ ପାହାଡ଼ର ଜଙ୍ଗଲ ବିଭାଗ ଅଞ୍ଚଳରେ ଚାଲିଥିବା ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ବନ୍ଦ କରିବା ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲ ପ୍ରିନ୍ସପାଲ ବେଞ୍ଚ ଶୁଣାଣି କରି ମାସକ ମଧ୍ୟରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ କଣ ପଦକ୍ଷେପ ନିଆଯାଇଛି; ସେ ନେଇ ଆସନ୍ତା ଡିସେମ୍ବର ମାସ ୭ତାରିଖରେ ଜବାବ ରଖିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ଡଙ୍କାରୀ ପାହାଡ଼ର ଜଙ୍ଗଲ ବିଭାଗ ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ କରିବା ପାଇଁ ପ୍ରାର୍ଥନା କରି ସ୍ଥାନୀୟ ଅଞ୍ଚଳର ସମାଜସେବୀ ସର୍ବେଶ୍ୱର ବେଉରା ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲରେ ମାମଲା ଦାୟର କରିଥିଲେ ।