ଏକାଧିକ ମାମଲାରେ ହାଜର ହେଲେ ଡି ବ୍ରଦର୍ସ

Jul 31, 2018 - 19:54
 227
ଏକାଧିକ ମାମଲାରେ ହାଜର ହେଲେ ଡି ବ୍ରଦର୍ସ
କଟକ, ୩୧ା୭(ସକାଳଖବର): ବିଭିନ୍ନ ମାମଲାରେ ଧଳସାମନ୍ତ ଭ୍ରାତାଙ୍କ ସହ ସେମାନଙ୍କ ସହଯୋଗୀ ଜିଲା ଦୌରାଜଜ ସତ୍ୟନାରାୟଣ ମିଶ୍ରଙ୍କ ଇଜିଲାସରେ ହାଜର କରାଯାଇଥିଲା । ତେବେ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ମାମଲା, ବିଡାନାସୀ ପଠାରୁ ଅପହରଣ, ମହାନଦୀ ପୋଲ ଓ ବଡ଼ ମେଡିକାଲ କ୍ୟାମ୍ପରେ ଗୁଳି ଚାଳନା ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୬ତାରିଖକୁ ଧାର୍ଯ୍ୟ ହୋଇଛି । ତେବେ ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ଓ ଅନ୍ୟ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ନାୟକ ମାମଲା ପରିଚାଳନା କରୁଛନ୍ତି