ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ଦକ୍ଷତା ମ୍ୟୁଜିୟମ ଉଦ୍ଘାଟିତ
କଟକ, ୪/୮(ସକାଳଖବର):
ଆଜି ପୂର୍ବାହ୍ନରେ କଟକ ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର( ଆଇ.ଟି.ଆଇ. ) ଠାରେ ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରହାଳୟ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କିଲ୍ ମ୍ୟୁଜିୟମ୍ରେ ସ୍ଥାନିତ ଯନ୍ତ୍ରପାତି ପୁରାତନ କୋ÷÷ଶଳ ଓ ଆଧୁନିକ କୋ÷÷ଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିବା ସହ ନୂତନ ପିଢିର ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଡିଜାଇନ୍ ପ୍ରତି ଆକୃଷ୍ଟ କରାଇ ସେମାନଙ୍କର ବୃତିଗତ କୋ÷÷ଶଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ଏହି ଅବସରରେ ଭୁବନେଶ୍ୱରଠାରେ ଭାରତର ସବୁଠାରୁ ବୃହତ୍ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ୨୦୦ ଜଣ ଛାତ୍ରଙ୍କୁ ନେଇ ୧୯୫୮ ମସିହାରେ ଆରମ୍ଭ ହୋଇଥିବା ଆଇ.ଟି.ଆଇ., କଟକ ଗତ ୬୦ ବର୍ଷ ଧରି ସ୍କିଲ୍ଡ୍ ପେଶାଦାର ସୃଷ୍ଟି କରିଆସୁଛି ଏବଂ ପ୍ରଶିକ୍ଷାର୍ଥୀଙ୍କୁ କୁଶଳୀ ତାଲିମ ଜରିଆରେ ରୋଜଗାର ଓ ସ୍ୱରୋଜଗାରକ୍ଷମ କରାଇ ସଶକ୍ତ କରାଇଛି । ମାନବ ସମ୍ବଳର ବିକାଶ ଓ ଅର୍ଥନୈ÷ତିକ ପ୍ରଗତି ନିମନ୍ତେ ଆଜି ରାଜ୍ୟର ଉଦ୍ଘାଟିତ ଏହି ପ୍ରଥମ ଦକ୍ଷତା ସଂଗ୍ରହାଳୟ ନିଶ୍ଚିତ ଭାବେ ଏକ ମାଇଲ୍ଖୁଣ୍ଟ ସଦୃଶ୍ୟ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅ୍ମକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଯୋଗଦେଇ କହିଲେ ଯେ, ଅଧୂନା ଶିଳ୍ପ ଓ ଦକ୍ଷତାରେ ବୈ÷ପ୍ଳବିକ ପରିବର୍ତନ ଘଟିଛି । ଏହି ପରିପ୍ରେକ୍ଷୀରେ ଆଇ.ଟି.ଆଇଗୁଡିକର ଭୂମିକା କିଛି କମ୍ ନୁହେଁ । ଆଜିର ସ୍କିଲ୍ ମ୍ୟୁଜିୟମ ପରି ରାଜ୍ୟରେ ଅନ୍ୟ ଆଇ.ଟି.ଆଇ ମାନଙ୍କରେ ଏହି ପରି ଆଉ ୪ ଗୋଟି ସଂଗ୍ରହାଳୟ ସ୍ଥାପନ କରାଯିବ । ଆଗାମୀ ୧୮ ମାସ ମ୍ମରେ “ସ୍କିଲ୍ଡ୍ ଇନ୍ ଓଡିଶା” କୁ ସାକାର ପାଇଁ ୪ ଗୋଟି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି । ରାଜ୍ୟର ଆଇ.ଟି.ଆଇ.ଗୁଡିକୁ ଆନ୍ତର୍ଜାତୀୟସ୍ତରୀକୁ ଉନ୍ନୀତ କରାଯିବା, ଭାରତର ସବୁଠୁ ବୃହତ୍ ୱାଲର୍ଡ ସ୍କିଲ୍ ସେଣ୍ଟର ଭୁବନେଶ୍ୱରରେ ସ୍ଥାପନ କରାଯିବା, ବିଶ୍ୱମାନର ଦକ୍ଷତା ପ୍ରତିଦ୍ୱନ୍ଦିତା ଆଣିବା, ଆତ୍ମନିଯୁକ୍ତି ପାଇଁ ନାନୋ ୟୁନିକମ୍ ଭଳି ବୈ÷ଷୟିକ କୋ÷÷ଶଳର ସହାୟତା ନେବା ଉପରେ ଏହା କେନ୍ଦ୍ରୀଭୂତ ରହିବ ବୋଲି ଶ୍ରୀ ବାଗଚୀ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଜନା ଓ ସଂଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ, ଉନ୍ନୟନ କମିଶନର ଆର୍. ବାଲ କ୍ରିଷ୍ଣନ୍, ଦକ୍ଷତା ବିକାଶ କମିଶନର ତଥା ନିିଦେ୍ର୍ଧଶକ, ଓଡିଶା ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଓଡିଶା ଚଳଚିତ୍ର ନିଗମର ଅ୍ମକ୍ଷ ଶ୍ରୀ କୁନା ତ୍ରିପାଠୀ, ଖପୁରିଆ ସରକାରୀ ଆଇ.ଟି.ଆଇ ର ଅ୍ମକ୍ଷ ଶ୍ରୀ ଡଃ.ଏଚ୍.କେ. ମହାନ୍ତି , ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।