କମିସନଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ

Aug 4, 2018 - 14:42
 176
କମିସନଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ
କଟକ,୪ା୮(ସକାଳଖବର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ପାଇଁ ନିଯୁକ୍ତ କମିସନ ଜଷ୍ଟିସ ରଘୁବୀର ଦାଶଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ପକ୍ଷରୁ ଜଣେ ଦକ୍ଷତା ସଂପନ୍ନ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି । ସ୍ୱତନ୍ତ୍ର ଓକିଲ ଭାବେ ଅଯୋଧ୍ୟା ରଞ୍ଜନ ଦାସଙ୍କୁ ଏହି ନିଯୁକ୍ତି ମିଳିଥିବା ନେଇ କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କମିସନଙ୍କୁ ସହାୟତା କରିବା ପାଇଁ ଜଣେ ଦକ୍ଷତା ସଂପନ୍ନ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବା ପାଇଁ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଡ଼ଭୋକେଟ ଜେନେରାଲ(ଏଜି)ଙ୍କୁ ଏକ ଚିଠି ଲେଖାଯାଇଥିଲା । ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ କାର୍ଯ୍ୟରତ ଥିବା ଆଇନ ଅଧିକାରୀ ଦାମୋଦର ପଣ୍ଡାକୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।