ବୃଦ୍ଧି ପାଇଲା ସୁଧ ହାର

Jun 2, 2018 - 14:54
 210
ବୃଦ୍ଧି ପାଇଲା ସୁଧ ହାର
ନୂଆଦିଲ୍ଲୀ: ୧/୬: ଭାରତୀୟ ଷ୍ଟେଟ ବ୍ୟାଙ୍କ,ଏଚଡ଼ିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା, ୟୁନିୟନ ବ୍ୟାଙ୍କ ଓ ପିଏନବି ଋଣ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ଫଳରେ ଏଣିକି ଋଣ ମହଙ୍ଗା ହେବ । ଅଗାମୀ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକ ପୂର୍ବରୁ ବ୍ୟାଙ୍କଗୁଡ଼ିକ ସୁଧହାର ୧୦ ପଏଣ୍ଟ ବୃଦ୍ଧି କରିଛନ୍ତି । ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସୁଧହାର ଏଣିକି ୮.୨୫% ଓ ଆଇସିଆଇସିଆଇ ବ୍ୟାଙ୍କର ସୁଧ ହାର ୮.୪୦% ଓ ଏଚଡ଼ିଏଫସିର ସୁଧ ହାର ୮.୫% ଓ ପିଏନବିର ସୁଧହାର ୮.୪% ହୋଇଛି ।