ବିଶ୍ୱନାଥ ପଣ୍ଡିତଙ୍କ ଶ୍ରାଦ୍ଧଦିବସ ପାଳିତ

May 19, 2018 - 14:42
 140
କଟକ,୧୯ା୫/(ସକାଳଖବର): ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କର ୧୬ତମ ଶ୍ରାଦ୍ଧ ଉତ୍ସବ ଏସସିବି ମେଡିକାଲ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥିଭାବେ ବଡ ମେଡିକାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ଯୋଗଦେଇ କହିଲେ ଯେ, ମେଡିକାଲରେ ରୋଗୀଙ୍କୁ ସେବା ପ୍ରଦାନ ହିଁ ସମସ୍ତ କର୍ମଚାରୀଙ୍କ ପ୍ରାଥମିକତା ହେବା ଉଚିତ । ପ୍ରତି ବଦଳରେ ମେଡିକାଲ ତରଫରୁ କର୍ମଚାରୀଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ଚେଷ୍ଟା କରାଯାଉଛି । ସେହିପରି ବଡ ମେଡିକାଲର ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ଯୋଗଦେଇ କହିଲେ ଯେ, ଧିରେ ଧିରେ ମେଡିକାଲରେ ରହିଥିବା ସମସ୍ତ ସମସ୍ୟାଗୁଡିକର ସମାଧାନ କରାଯିବ । ଏଠାକୁ ରୋଗୀଟିଏ ଆସିଲେ ଯେପରି ଉନ୍ନତ ମାନର ଚିକିତ୍ସା ପାଇବ ,ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ପ୍ରଭାକର ପଲେଇ, ବଡ ମେଡିକାଲ ଶାଖାର ସମ୍ପାଦକ ବିଜୟ କୁମାର ନାୟକ, କୋଷାଧ୍ୟକ୍ଷ ଶିବପ୍ରସାଦ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାାମାନେ ଉପସ୍ଥିତ ଥିଲେ ।