ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମାମଲା

Jun 25, 2018 - 19:08
 171
କଟକ,୨୫ା୬(ସକାଳଖବର): ସହରବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସରକାର ବିଫଳ ହୋଇଥିବା ମାମଲାରେ ସିଏମସି ଜବାବ ଦାଖଲ ନକରିବାରୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୨ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ପୁଣି ସିଏମସିକୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କଟକ ସହରରେ ଗ୍ରୀଷ୍ମ ସମୟରେ ସିନ୍ଥେଟିକ ଟାଙ୍କୀ ମାଧ୍ୟମରେ ପାନୀୟ ଜଳ ବିତରଣ ପାଇଁ ଯୋଜନା ହୋଇଛି । ମାଠିଆ ପାଣି ଯୋଗାଣ ପାଇଁ ପୂର୍ବରୁ କୋର୍ଟ ଆଦେଶ ଦେଇଥିବାବେଳେ ସିଏମସି ସିନ୍ଥେଟିକ ଟାଙ୍କୀ ମାଧ୍ୟମରେ ପାଣି ଦେବା ପାଇଁ ନିଷ୍ପତ୍ତି ନେଇଥିବା ମୈତ୍ରୀ ସଂସଦ ପକ୍ଷରୁ ଏକ ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ସିଏମସି ପକ୍ଷରୁ ସହରରେ ବେସରକାରୀ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିବାବେଳେ ଦୂଷିତ ପାଣି ଦିଆଯିବା ନେଇ ମୈତ୍ରୀ ସଂସଦ ପକ୍ଷରୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋର୍ଟ ଏହି ମାମଲାରେ ଶୁଣାଣି କରି ଜବାବ ଦାଖଲ ପାଇଁ ସିଏମସିକୁ ନିଦେ୍ର୍ଧଶ ଦେଇଥିଲେ । ଏହି ମାମଲାକୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।