ଯଶୀପୁର ବିଧାୟକଙ୍କ ମାମଲା ମୁଖ୍ୟ ବିଚାରପତିଙ୍କ ନିକଟକୁ ସ୍ଥାନାନ୍ତର

Jul 6, 2018 - 18:43
 194
କଟକ,୬ା୭(ସକାଳକବର): ଯଶୀପୁର ବିଧାୟକ ମଙ୍ଗଳ ସିଂହ ମୁଦିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ନେଇ ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ନିକଟକୁ ଏହି ମାମଲା ସ୍ଥାନାନ୍ତର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ମସିହାରେ ଅନୁଷ୍ଠିତ ବିଧାନ ସଭା ନିର୍ବାଚନରେ ଯଶୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ମଙ୍ଗଳ ସିଂହ ମୁଦି ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନ ମଣ୍ଡଳୀ ଏସ୍ଟିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ମଙ୍ଗଳ ସିଂହ ସାଧାରଣ ବର୍ଗ ଜାତିର ହୋଇଥିବାବେଳେ ଜାଲ ଏସ୍ଟି ସାର୍ଟିଫିକେଟ ଦାଖଲ କରି ପ୍ରାର୍ଥୀ ହୋଇଥିଲେ ବୋଲି ସ୍ଥାନୀୟ ଭୋଟର ତଥା ଆବେଦନକାରୀ ଜନାର୍ଦ୍ଧନ ମହାନ୍ତ ଆବେଦନପତ୍ରରେ ଦର୍ଶାଇଛନ୍ତି ।