। ବିଲଡରଙ୍କ ଜାମିନ ଖାରଜ

May 22, 2018 - 15:38
 194
। ବିଲଡରଙ୍କ ଜାମିନ ଖାରଜ
କଟକ,୨୨ା୫(ସକାଳଖବର): ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଜମାକାରୀଙ୍କୁ ଜାଗା ସହ ଫ୍ଲାଟ ଯୋଗାଇଦେବା ଆଳରେ କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଡେଜିଗନେଟେଡ କୋର୍ଟ ରାୟ ପ୍ରକାଶ କରି ଅଭିଯୁକ୍ତର ଜାମିନ ଖାରଜ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ପରିଚାଳନା କରୁଥିଲେ । ଯୁକ୍ତି ଉପସ୍ଥାପନା ସମୟରେ ଆବେଦନକାରୀଙ୍କ ଜାମିନକୁ ସରକାରଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଥିଲା । ଏପରି ଅଭିଯୁକ୍ତକୁ ଜାମିନ ଦିଆଯିବା ଉଚିତ ହେବନାହି ବୋଲି ଯୁକ୍ତିରେ ଶ୍ରୀ ମହାନ୍ତି ଦର୍ଶାଇ ଜମାକାରୀଙ୍କୁ ନାନା ପ୍ରଲୋଭନ ଦେଖାଇ ସେ ୪.୫କୋଟିରୁ ଊଦ୍ଧ୍ୱର୍ ଟଙ୍କା ଠକେଇ କରିଥିବା କୋର୍ଟଙ୍କୁ ଅବଗତ କରିବା ସହ ବିଭିନ୍ନ ପ୍ରକାଶ ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା ।