ବିଧାନସଭାର ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କର ନାମ ତାଲିକା ପ୍ରକାଶ

Aug 6, 2019 - 17:22
 101
ଭୁବନେଶ୍ୱର, ୬/୮(ସକାଳଖବର): ବିଧାନସଭାର ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କର ନାମ ଘୋଷଣା ହେବା ପରେ ସେ ସମ୍ପର୍କରେ ବିଧାନସଭା ସଚିବାଳୟ ପକ୍ଷରୁ ସେ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି । ପିଏସି ର ଅଧ୍ୟକ୍ଷ ବିରୋଧି ଦଳର ନେତା ପ୍ରଦୀପ କୁମାର ନାୟକ ଥିବା ବେଳେ ପ୍ରାକଳନ କମିଟିର ଅଧ୍ୟକ୍ଷ ଭାବେ ପ୍ରତାପ କେଶରୀ ଦେବ, ପିୟୁସିର ଅଧ୍ୟକ୍ଷ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ଶଶୀଭୂଷଣ ବେହେରା ଏବଂ ସଦାଚାର କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ଅମର ପ୍ରସାଦ ଶତପଥି ରହିଛନ୍ତି । ଘୋଷିତ ହୋଇଥିବା କମିଟି ମାନଙ୍କ ମଧ୍ୟରେ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ପ୍ରଦୀପ କୁମାର ମହାରଥିଙ୍କୁ ରଖାଯାଇଛି । ଏହି କମିଟିରେ ସର୍ବାଧିକ ୭୭ ଜଣ ବିଧାୟକ, ବିଧାୟିକା ସଭ୍ୟ ରହିଛନ୍ତି । ସେହିପରି ସୁଖ ସ୍ୱାଚ୍ଛନ୍ଦ୍ୟ କମିଟିର ଅଧ୍ୟକ୍ଷ ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ ରହିଛନ୍ତି । ଏହି କମିଟିରେ ୫୨ ଜଣ ସଭ୍ୟ ସଭ୍ୟା ରହିଛନ୍ତି । ଏହା ବ୍ୟତୀତ ସବମିଶନ କମିଟିର ଅଧ୍ୟକ୍ଷ ଭାବେ ଡ. ପ୍ରମୋଦ ମଲ୍ଲିକ ଥିବା ବେଳେ ଏହି କମିଟିର ସଭ୍ୟ ଓ ସଭ୍ୟା ସଂଖ୍ୟା ୪୩ ରେ ରହିଛି । ନିୟମାବଳୀ କମିଟି, ସ୍ୱାଧୀକାର କମିଟି, ଗୌଣ ବିଧାନ କମିଟି, ପିଟିସନ କମିଟି, କାଗଜ ଉପସ୍ଥାପନ କମିଟି, ସରକାରୀ ପ୍ରତିଶ୍ରୁତି କମିଟିରେ ୭ ଜଣ ଲେଖାଏଁ ସଭ୍ୟ ରହିଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତରେ ଗଠିତ ପରିବେଶ ଗୃହ କମିଟିରେ ୩୫ ଜଣଏ ସଂଖ୍ୟାଲଘୁ ଭାଷାଭାଷୀ କମିଟିଏବଂ ରେଳବାଇ ଗୃହ କମିଟିରେ ୩୮ ଜଣ ଲେଖାଏଁ ସଭ୍ୟ ରହିଛନ୍ତି । ନିୟମାବଳୀ କମିଟିର ଅଧ୍ୟକ୍ଷ ବାଚସ୍ପତି ରହିଥିଲା ବେଳେ ସ୍ୱାଧୀକାର କମିଟିର ଅଧ୍ୟକ୍ଷ ହେଉଛନ୍ତି ଅଇନମନ୍ତ୍ରୀ ପ୍ରତାପ ଜେନା, ଗୌଣ ବିଧାନ କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀ, ପିଟିସନ କମିଟିର ଅଧ୍ୟକ୍ଷ ବଦ୍ରି ନାରାୟଣ ପାତ୍ର, କାଗଜ ଉପସ୍ଥାପନ କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଓ ପ୍ରତିଶ୍ରୁତି କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ ରହିଛନ୍ତି ।