ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି: ବିଜେପି

Feb 11, 2019 - 05:56
 169
ବିଜେଡି  ଔଷଧ ବିକଳରେ  ତାଟିଆ କାମୁଡୁଛି: ବିଜେପି
ଭୁବନେଶ୍ୱର, ୧୦/୨(ସକାଳଖବର): ୧୯ ବର୍ଷର ବିଜେଡିର ବିଫଳତାକ ୁନେଇ ବିଜେପି ସାରା ରାଜ୍ୟରେ ଜନ ବିରୋଧକୁ ନେଇ ରାଜନୈତିକ ଆନେ୍ଦାଳନରେ ପରିଣତ କରିବା କାରଣର ୁବିଜେଡିଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ବିଜେଡି ଅଭିଯୋଗର ଉତର ରଖି କହିଛନ୍ତ ିବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାମଲାରେ ସମାଲୋଚନା କରିବା ବଦଳରେ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟସରକାରଙ୍କର ୧୦୦ ଟଙ୍କା ବୋନସ୍କୁଆଡେ ଗଲା ପ୍ରଥମେ ବିଜେଡି ମୁଖପାତ୍ରମାନେ ଜବାବ୍ ଦିଅନ୍ତୁ । କେନ୍ଦ୍ରସରକାର ଦେଉଥିବା ୧୭୫୦ ଟଙ୍କାର ସର୍ବନିମ୍ନ ୍ନସହାୟକ ମୂଲ୍ୟ କାହିଁକି ଚାଷୀଙ୍କୁ ମିଳୁ ନାହିଁ ତାହାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳା ପାହାଡମାନଙ୍କୁଚକ୍ରାନ୍ତ ଓ ଜିଲ୍ଲାର ବିଜେଡିମନ୍ତ୍ରୀ ଓ ନେତା ମହେଶ୍ୱରମହାନ୍ତି ଓ ସଂଜୟ ଦାସବର୍ମାଙ୍କ ଖଳନାୟକ ଭୂମିକାଯୋଗୁଁ କୋଷ୍ଟାଲହାଇେଓ ଆଜି ବିଳମ୍ବିତ ହୋଇଛି । ଖୁବଶୀଘ୍ର ଆମ ଦଳ ତରଫରୁ ଦସ୍ତାବିଜ୍ ଓ ପ୍ରମାଣ ସହଏହାର ପର୍ଦାଫାଶ କରାଯିବ ବୋଲି ଗୋଲକ କହିଛନ୍ତି । ଉଜ୍ଜଳା ମାମଲାରେ ବିଜେଡିକୁଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡର ଘାରିଛି । ୩୭ ଲକ୍ଷହିତାଧିକାରୀ ଉଜ୍ଜଳାରେ ଓ ଏହାର ୭୩ ପ୍ରତିଶତ ରିଫିଲ ନେଇଛନ୍ତି ବୋଲି ଶ୍ରୀମହାପାତ୍ର କହିଛନ୍ତି ।