ଆଂଚଳିକ ଦଳ ପ୍ରତି ଲୋକଙ୍କ ସମର୍ଥନ ବଢିଛି : ସଂଜୟ

Dec 11, 2018 - 17:04
 152
ଆଂଚଳିକ ଦଳ ପ୍ରତି ଲୋକଙ୍କ ସମର୍ଥନ ବଢିଛି : ସଂଜୟ
ଭୁବନେଶ୍ୱର,୧୧/୧୨(ସକାଳଖବର): ଲୋକଙ୍କ ଭୋଟର ପ୍ରତିଫଳନକୁ ଦେଖିଲେ ଆଂଚଳିକ ଦଳ ମାନଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ବଢିଛି ବୋଲି ସ୍ପଷ୍ଟ ହୋଇଛି । ଭାରତବର୍ଷର ଗଣତାନ୍ତ୍ରିକ ଇତିହାସରେ ଆଜି ଦିନଟି ଅତ୍ୟନ୍ତ ମୂଲ୍ୟବାନ । ଦେଶରେ ଯେଉଁଭଳି ଭାବେ ସାମ୍ପ୍ରଦାୟିକ ଶକ୍ତିର ଅଭ୍ୟୁଦୟ ହୋଇଥିଲା ଏବଂ ଭାରତର ଆତ୍ମାକୁ ଯେଉଁଭଳି ଭାବେ ଖଣ୍ଡ ବିଖଣ୍ଡିତ କରାଯାଇଥିଲା ଆଜି ତାର ପରିଣାମ ସ୍ପଷ୍ଟ ହୋଇଛି । ।ସମ୍ପ୍ରଦାୟିକ ଶକ୍ତିକୁ ଭାରତବର୍ଷ ର ଜନସାଧାରଣ କ୍ଷମତାରୁ ହଟାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ପ୍ରକାଶ କରିଛନ୍ତି ।