ବିଜେପି ନେତା ଜୟ ନାରାୟଣଙ୍କ ଜାମିନ ମାମଲା

Jul 3, 2018 - 13:58
 192
କଟକ,୩ା୭(ସକାଳଖବର): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ଓଡିଶା ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆବେଦନକାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଦରକାର ପଡିଲେ ଆବେଦନକାରୀଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦେବା ପାଇଁ କୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି । ତେବେ ଆସନ୍ତା ୧୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କୋର୍ଟ ଏହି ମାମଲାରେ ଶୁଣାଣି କରି ମେ ମାସ ୧୫ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆବେଦନକାରୀଙ୍କୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।