ବିଜେପି ଚିଲିକାକୁ ବିକି ଦେବାକୁ ଚକ୍ରାନ୍ତ କରିଥିଲା: ମୁଖ୍ୟମନ୍ତ୍ରୀ

Apr 20, 2019 - 14:03
 160
ବିଜେପି ଚିଲିକାକୁ ବିକି ଦେବାକୁ ଚକ୍ରାନ୍ତ କରିଥିଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯/୪(ସକାଳଖବର): ଚିଲିକା ଆମର ମା । ଓଡିଶାର ଗୌରବ । ଚିଲିକା ହଜାର ହଜାର ଲୋକଙ୍କୁ ଜୀବିକା ଦେଉଛି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଚିଲିକାକୁ ବିକି ଦେବାକୁ ଚକ୍ରାନ୍ତ କରିଥିଲା । ହଜାର ହଜାର ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଥିଲା । ବିଜେଡି ସରକାର ବିଜେପିର ଚକ୍ରାନ୍ତକୁ ରୋକିଛି । ମୁଁ ଥିବା ପର୍ଯ୍ୟନ୍ତ ଚିଲିକାର କ୍ଷତି ହେବାକୁ ଦେବି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିଲିକାକୁ ଯାଇ ନିର୍ବାଚନୀ ପ୍ରଚାର କରିବା ଅବସରରେ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଏବେ ଉପକୂଳ ରାଜପଥ ଉପରକୁ ଆସୁଛି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ଘର ଭାଙ୍ଗି ପୁରୁଣା ରାସ୍ତାକୁ ଚଉଡା କରିବା । ବିଜେପି ଲୋକଙ୍କ ସ୍ୱାର୍ଥ ଦେଖିବା ବଦଳରେ କଂଟ୍ରାକ୍ଟରଙ୍କ ସ୍ୱାର୍ଥ ଦେଖୁଛି । ବିଜେପି କେନ୍ଦ୍ରରେ ୫ ବର୍ଷ ଶାସନରେ ରହିଲା । କଲେ କଣ? ବିଜେପି ସରକାରରେ ଧନୀ ଅଧିକ ଧନୀ ହେଲା ଏବଂ ଗରିବ ଅଧିକ ଗରିବ ହେଲା । ଏହା ହିଁବିଜେପିର ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ସଭା ଭଳି ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା , ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ କହିବା ସହ ଦଳୀୟ ପ୍ରାର୍ଥୀ ମାନଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।