ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ୱାସ୍ଥ୍ୟ ସେବା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିଦେ୍ର୍ଧଶ

Jul 21, 2018 - 10:05
 125
ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ୱାସ୍ଥ୍ୟ ସେବା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିଦେ୍ର୍ଧଶ
ଭୁବନେଶ୍ୱର,୨୧ା୭(ସକାଳଖବର): ରାଜ୍ୟରେ ଅବିରତ ବର୍ଷା ଓ ଏଥି ଯୋଗୁ ଦେଖା ଦେଇଥିବା ସମ୍ଭାବ୍ୟ ବନ୍ୟା ରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ପାଇଁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ବନ୍ୟା ଓ ବନ୍ୟା ପରବର୍ତି ସମୟରେ ସାଧାରଣତ ଥଣ୍ଡା .ଜ୍ୱର ,ପତଳାଝାଡା , କାଶ ଆଦିରେ ଲୋକମାନେ ଆକ୍ରାନ୍ତ ହୋଇଥାଆନ୍ତି । ତେବେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ମାଗଣାରେ ଔଷଧ ଯୋଗାଇ ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ଷା ଯୋଗୁଁ ପ୍ରଭାବିତ ଅଂଚଳ ଏବଂ ସମ୍ଭାବ୍ୟ ବନ୍ୟା ପ୍ଳାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ଗଠନ କରାଯାଇଛି । ସାପକାମୁଡା ଇଂଜେକ୍ସନ ସମେତ ହାଲୋଜେନ ବଟିକା , ଓ.ଆର୍.ଏସ୍ , ବ୍ଲିଚିଂ , ଆଂଟିବାୟୋଟିକ୍ ଏବଂ ଅନ୍ୟାନ ଆବସ୍ୟକ ଔଷଧ ମହଜୁଦ ରହିଛି । ପରିସ୍ଥିତ ଉପରେ ନଦର ରଖିବାକୁ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ୨୪ ଘଂଟିଆ ନିୟନ୍ତ୍ରଣକକ୍ଷ ଖୋଲା ଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବନ୍ୟାସମୟରେ ଜଳବନ୍ଦି ହେଉଥିବା ଲୋକଙ୍କ ପାଖରେ ଚିକିତ୍ସା ସେବା ପହଂଚାଇବା ପାଇଁ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବ ଓ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମଧ୍ୟ ବ୍ୟବସ୍ଥା କରାଯାଇଛି । ୧୦୮ ଓ ୧୦୨ ଆମ୍ବୁଲାନ୍ସ ଏବଂ ଆର୍.ବି.କେ.ଏସ୍ ଗାଡିଗୁଡିକୁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ପ୍ରସ୍ତୁତ କରି ରଖାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ବର୍ଷା ଓ ବନ୍ୟା ପାଣି ହ୍ରାସ ପାଇବା ମାତ୍ରକେ ପାନୀୟଜଳ ଉତ୍ସଗୁଡିକୁ ଯୁଦ୍ଧକାଳୀନ ଭିତିର ବିଶୋଧନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସମ୍ମନ୍ୱିତ ରୋଗସର୍ବେକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଦୈନିକ ରିପୋର୍ଟ ସଂଗ୍ରହ କରାଯାଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । କୌଣସି ସ୍ଥାନରେ ଯେପରି ପତଳା ଝାଡା ଆଦି ମହାମାରୀ ରୁପ ନନିଏ ସେଥି ପ୍ରତି ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ବନ୍ୟାଅଂଚଳ , ଅନ୍ୟାନ୍ୟ ଦୁର୍ଗମ ଅଂଚଳର ଗର୍ଭବତୀ ମହିଳା , ଯେଉଁ ମାନଙ୍କର ୧୫ ଦିନ ମଧ୍ୟରେ ସମ୍ଭାବ୍ୟ ପ୍ରସବ ତାରିଖ ଥିବା ମହିଳାମାନଙ୍କୁ ନିକଟବର୍ତି ସୁରକ୍ଷିତ ମା'ଗୃହକୁ ଆଣି ରଖି ସେମାନଙ୍କ ଯତ୍ନ ନେବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ସ୍ୱତନ୍ତ୍ର ସଚିବ ଡାଃ ବସନ୍ତ ପଣ୍ଡା ,ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ବି.କେ.ବ୍ରହ୍ମା , ଅତିରିକ୍ତ ନିଦେ୍ର୍ଧଶକ ଡାଃ ଶକ୍ତିପ୍ରସାଦ ପାଢୀ , ଉପନିଦେ୍ର୍ଧଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।