ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ୩ ଘଣ୍ଟାା ଅନ୍ଧାର

Jul 21, 2018 - 14:19
 184
ବାରିପଦା, ୨୧/୭ (ସକାଳଖବର): ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ଅପରାହ୍ନ ଦେଢ଼ଟାରୁ ହଠାତ୍ ବିଦୁ୍ୟତ୍ ସରବରାହ ବିଛିନ୍ନ ହେବା ସହିତ ଦୁଇ ଦୁଇଟି ଜେନେରେଟର ଅଚଳ ଅବସ୍ଥାରେ ରହିଥିବା କାରଣରୁ ୩ ଘଣ୍ଟାରୁ ଅଧିକ ସମୟ ଧରି ଚିକିତ୍ସାଳୟଟି ଅନ୍ଧାରରେ ଡ଼ୁବି ରହିଥିଲା । ଫଳରେ ରୋଗୀ ସେବା ଠପ୍ ହୋଇଯାଇଥିଲା । ରୋଗୀ ଦେଖାଇବା ପାଇଁ ଅନ ଲାଇନରେ ଟିକଟ ବୁକିଂଠାରୁ ଆରମ୍ଭ କରି କମ୍ପୁ୍ୟଟର ଉପରେ ନିର୍ଭର କରୁଥିବା ସମସ୍ତ କାର୍ଯ୍ୟ, ଓପିଡ଼ି, ବର୍ହିବିଭାଗ, ଇସିଜି, ଏଳ୍ସରେ ଆଦି ବିଭିନ୍ନ ବିଭାଗ ଅଚଳ ହୋଇପଡ଼ିଥିଲା । ଏହି ସମୟରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନଙ୍କ ଦୁଃଖ ଦୁର୍ଦ୍ଧଶା କେହି ଦୃଷ୍ଟି ଦେଇନଥିଲେ । ବାରିପଦା ପୌରପରିଷଦର ରଘୁନାଥପୁର ଅଞ୍ଚଳର ପ୍ରଭାସ ଦାସଙ୍କ ଅଭିଯୋଗ କରିଛନ୍ତି ଯେ, ହାତ କଟିଯାଇଥିବା ତାଙ୍କର ଜଣେ ସମ୍ପର୍କୀୟକୁ ସେ ହସପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ଅନ୍ଧର ମଧ୍ୟରେ ତାଙ୍କର କ୍ଷତ ସିଲେଇ କରାଯାଇଥିଲା । ସେହିପରି ହସପିଟାଲରେ ବର୍ହିବିଭାଗରେ ଅପରାହ୍ନ ୫ଟାରେ ବନ୍ଦ ହୋଇଯିବାରୁ ରୋଗୀମାନେ ଟିକଟ କାଟି ନ ପାରିବା କାରଣରୁ ଡ଼ାକ୍ତରଙ୍କୁ ଦେଖାଇ ନ ପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ । ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟକୁ ୨୪ ଘଣ୍ଟାା ନିରବଚ୍ଛିନ୍ନ ଭାବେ ବିଦୁ୍ୟତ୍ ସେବା ଯୋଗାଇବା ନାମରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଲାଇନ ଯୋଗାଇ ଦେବା ନାମରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ବେଶ କିଛିଦିନ ଧରି ବିଦୁ୍ୟତ୍ କାଟ କରିଥିଲା । ଏବାବଦରେ ମଧ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ ହୋଇଥିଲା । ମାତ୍ର ସ୍ୱତନ୍ତ୍ର ବ୍ୟବସ୍ଥା ଥାଇ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଖରା ହେଉକି ବର୍ଷା ପ୍ରତ୍ୟେକ ଦିନ ବିଭିନ୍ନ ସମୟରେ ବିଦୁ୍ୟତ୍ କାଟର ସମ୍ମୁଖୀନ ହୋଇଆସୁଛି ।