ବରୀ ଦଖଲ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ସଜବାଜ
ବରୀ,୬/୨(ସକାଳଖବର): ଦେଶରେ ସାଧାରଣ ନିର୍ବାଚନକୁ ଆଉ ପ୍ରାୟତଃ ଦୁଇମାସ ସମୟ ବାକି ଥିଲାବେଳେ ବରୀ ନିର୍ବାଚନ ମଣ୍ଡଳୀ ଦଖଲ କରିବାପାଇଁ ବରୀରେ ବିଗତ ଦୁଇମାସ ହେବ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରସ୍ତୁତିକୁ ଯୋରଦାର କରିଛନ୍ତି । ଶାସକ ବିଜୁ ଜନତା ଦଳର ପାର୍ଥୀ ଦେବାଶିଷ ନାଏକ ବରୀ ନିର୍ବାଚନ ମଣ୍ଡଳୀ ହେବା ଦିନଠାରୁ ଏଠାରୁ ନିର୍ବାଚିତ ହୋଇ ଅ ।ସୁଛନ୍ତି । ଏଥର ମଧ୍ୟ ଶାସକ ବିଜେଡି ପଂଚମ ଥର ଗଡ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛି । ମୁଖ୍ୟତଃ ଏହା ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକାଶମୁଳକ କାର୍ଯ୍ୟକ୍ରମକୁ ପାଥେୟ କରିଛି ଏହି ଦଳ ।
ବରୀରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ଭିତରେ ରହିଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଯେଉଁଥିରେ ୨୩୯ ଟି ପ୍ରକଳ୍ପ ପାଇଁ ସମୁଦାୟ ୭ କୋଟି୧୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ୨୦.୧୧.୨୦୧୮ ରିଖ ଏହି କାର୍ଯ୍ୟକ୍ରମ ବରୀ ସ୍ଥିତ ପ୍ରଧାନସାହି ପଡିଆଠାରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟରେ ରହିଛି ଗୋପବନ୍ଧୁ ଗ୍ରାମୀଣ ଯୋଜନା ଏହି ପ୍ରକଲ୍ପର ବ୍ୟୟବରାଦ ରହିଛି ୧.୨୬ କୋଟି ଟଙ୍କା ଓ ପିଠା କାର୍ଯ୍ୟକ୍ରମ । ତୃତୀୟରେ ରହିଛି ବିଜୁ ଯୁବ ବାହିନୀର ମୁଁ ହିରୋ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ତା୨୯.୧୦.୨୦୧୮ରେ ଅନୁଷ୍ଠିତ ହୋଇଥିଲା । ଚତୁର୍ଥରେ ରହିଛି ତା୩୦.୦୯.୨୦୧୮ ରିଖ ବାଇଁଶିରିଅ । ପଂଚାୟତର ଇଛ୍ଥାପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ମହିଳା ସମାବେଶ । ଉକ୍ତ ସମସ୍ତ ସମାବେଶକୁ ବିଧାୟକ ଦେବାଶିଷ ନାଏକ ନିଜେ ଉପସ୍ଥିତ ରହି ପରି·ଳନା କରିଥିଲେ । ଏହାବାଦ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଳିଆ ଯୋଜନା । ଏହି ଯୋଜନାର ହିତାଧିକାରୀ ଚୟନ ହେବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଅ ।ଗ୍ରହ ଦେଖିବାକୁ ମିଳୁଛି । ଏହା ଯଦି ସଠିକ କାର୍ଯ୍ୟକାରୀ ହୁଏ ବିଜୁ ଜନତା ଦଳ ବଡ ଧରଣର ଲାଭ ପାଇବ ବୋଲି ଅ ।ଶା ବାନ୍ଧିଛି । ସେହିପରି କଂଗ୍ରେସ ଦୀର୍ଘଦିନର ନୀରବତା ଭାଙ୍ଗିଛି । ରାଜ୍ୟ କଂଗ୍ରେସର ସଭାପତି ନିରଜଂନ ପଟ୍ଟନାୟକ ସଭାପତି ହେଲାପରେ ପ୍ରଥମ କରି ବରୀ କଂଗ୍ରେସ ଉପରେ ନଜର ଦେଇଛନ୍ତି । ଏଥର ମୋର୍ଚ୍ଚା ସମ୍ଭାଳିଛନ୍ତି ଯୁବନେତା ଉମେଶ ଜେନା । ଗତ ୧୨.୦୧ ୨୦୧୯ ରିଖ ବରୀ କଂଗ୍ରେସ ଏକ ·ଷୀ ଜାଗରଣ ସମାବେଶ ବରୀ ରାମଚନ୍ଦ୍ର ପୁର ଦୁର୍ଗା ପଡିଅ ।ଠାରେ ଅ ।ୟୋଜନ କରିଥିଲା । ଏଥିରେ ପିସିସି ସଭାପତିଙ୍କ ସହିତ ବହୁ ତୁଙ୍ଗ ନେତା ଯୋଗ ଦେଇଥିଲେ ।ଏହା ମଧ୍ୟ କିଛି ମାତ୍ରା ସଫଳ ହୋଇଥିଲା । ଏହି ଭବ୍ୟ ସମାବେଶ କଂଗ୍ରେସର କିଛି ମନୋବଳ ବଢାଇବାରେ ସାହାଯ୍ୟ କରିଛି । ଏହାପରେ ଗତ ୦୩.୦୨.୨୦୧୯ ରିଖ ବରୀ ବ୍ଲକସ୍ଥିତ କାଇପଡାର ଗୋଲା ହାଟଠାରେ ଏକ ସଭା ଆଗଧାଡିର କର୍ମୀ ମାନଙ୍କୁ ନେଇ ସମାବେଶ ଅ ।ୟୋଜନ କରାଯାଇଥିଲା । ଏହି ସମାବେଶର ନେତୃତ୍ୱ ନେଇଥିଲେ ସେହି ଯୁବ ନେତା ଉମେଶ ଜେନା ।
ଏଥିରେ ମୁଖ୍ୟତଃ ଦଳ ପ୍ରତି ଆନୁଗତ୍ୟ ବଜାୟ ରଖିବାକୁ ଆହ୍ୱାନ ଦିଅ ।ଯାଇଥିଲା । ଠିକ୍ ସେହିପରି ଏଠାକାର ପ୍ରମୁଖ ବିରୋଧୀ ଦଳ ବିଜେପି ତାର ଅଭିଯାନକୁ ଅଧିକ ଶାଣିତ କରିଛି । ଏହାର ମଙ୍ଗ ଧରିଛନ୍ତି ନିଜେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପ୍ରଥମକରି ୦୮.୦୫.୨୦୧୭ ରିଖ ରଜାତୋଟାର ଅ ।ମ୍ରପଲ୍ଲୀ ଶିକ୍ଷାନିତନର ସୁବର୍ଣ ଜୟନ୍ତୀର ସମାରୋହରେ ମୁଖ୍ୟ ଅତିଥି ହୋଇ ଆସିଥିଲାବେଳେ ସ୍ୱାଧିନ ସଂଗଠକ ବିଶ୍ୱରଂଜନଙ୍କ ଘରକୁ ·ହା ପିଇବାକୁ ଯାଇଥିଲେ.ଦ୍ୱୀତିୟ ଗସ୍ତ ତା ୧୦.୦୬.୨୦୧୭ ରିଖରେ ହୋଇଥିଲା.ଏଥିରେ ସ୍ୱାଧିନ ସଂଗଠକ ତାଙ୍କ ସମସ୍ତ କାର୍ଯ୍ୟକର୍ତାଙ୍କୁ ନେଇ ବିଜେପିରେ ବିଲୀନ ହୋଇଯାଇଥିଲେ । ଏଥିମଧ୍ୟରେ ସାମିଲଥିଲେ ୨୧ଟି ସମିତି ସଭ୍ୟ,୧୯ ଟି ସରପଂଚ ଓ ବ୍ଲକ ଅଧ୍ୟକ୍ଷ ପ୍ରଭୁତି ଅନ୍ତରଗତ । ତୃତୀୟ ଗସ୍ତରେ ତା୩୦.୦୧.୨୦୧୯ ରିଖ ଆସିଥିଲେ ବାଲିଅ । ପଂଚାୟତର ନାଥପୁର ହୋରି ପଡିଆକୁ ପରିବର୍ତନ ଓ ମିଶ୍ରଣ ସମାବେଶକୁ । ଏହି ସମାବେଶରେ ସେ ତାଙ୍କ ଅ ।ଭିମୁଖ୍ୟ ସ୍ପଷ୍ଟ କରିଥିଲେ ଯେ ବରୀରେ ପଦ୍ମ ଫୁଟିବା ପାଇଁ ବିଜେପି ତାର ସମସ୍ତ ଶକ୍ତି ପ୍ରୟୋଗ କରିବାକୁ ପ୍ରସ୍ତୁତ । ତାଙ୍କ ଅଭିଭାଷଣରେ ସେ ରାଜ୍ୟ ସରକାର ଓ ବର୍ତମାନ ବିଧାୟକଙ୍କୁ ଜୋରଦାର ଆକ୍ରମଣ କରିଥିଲେ । ଏହି ଅବସରରେ ବିଜେଡି ଓ କଂଗ୍ରେସର କିଛି ଅ ।ଗଧାଡିର କର୍ମୀ ବିଜେପିରେ ଯୋଗଦାନ କରିଥିଲେ ।
ଏହାବ୍ୟତୀତ ବରୀ ବିଜେପିର ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଗୋଳକୁଣ୍ଡ ଠାରେ ଆରମ୍ଭ କରାଯାଇଥିବା ଡିଜିଟାଲ ରଥ । ଏହା ତା ୦୪.୦୧.୨୦୧୯ ଉଦଘାଟନ ହୋଇଥିଲା ।ଜନ ପରାମର୍ଶ ପଦଯାତ୍ରା ବର୍ତମାନ ସୁଧ୍ୟା ୨୦ଟି ସ୍ଥାନରେ ଅନୁଷ୍ଠିତ ହୋଇସାରିଲାଣି । ସେଥିମଧ୍ୟରୁ ରତ୍ନଗିରି, ଅମଟପୁର,ଗମୁଁ,ଗୋଳକୁଣ୍ଡ,ଭଅଁରା, ପ୍ରଧାନବନ୍ଧ,ବନ୍ଧଢିଅ ଓ ଧାରପୁର ଇତ୍ୟାଦି । ଗତ ୦୯.୦୧.୨୦୧୮ ରିଖ ବରୀ ବିଜେପି ତହସିଲ ଘେରାଉ କରିଥିଲା ତିତିଲି ବାତ୍ୟା ଓ ବନ୍ୟାର କ୍ଷୟକ୍ଷତି ·ଷୀଙ୍କୁ ଦେବାପାଇଁ । ଠିକସେହିପରି ବରୀ ବ୍ଲକରେ ସ୍ଥାୟୀ ବିଡିଓ ଓ ଅଧିକାରୀ ମରୁଡିକୁ ନେଇ ବ୍ଲକ ଘେରାଉ ଆଦି କରି ସାଧାରଣ ଜନତାଙ୍କୁ ପ୍ରଭାବିତ କରିପାରିଥିଲା । ଏହିସବୁ କାର୍ଯ୍ୟକ୍ରମକୁ ନେଇ ବିିଜେପି ବରୀ ନିର୍ବାଚନ ମଣ୍ଡଳୀକୁ ଦଖଲ କରିବାକ ପ୍ରଚେଷ୍ଟା ଜାରି ରଖିଛି । ତିନି ପ୍ରମୁଖ ରାଜନୈତିକ ଦଳର ଏହିସବୁ କାର୍ଯ୍ୟକ୍ରମ ବରୀ ଭୋଟରଙ୍କୁ କେତେ ପ୍ରଭାବ କରୁଛି ଓ କିଏ ବରୀ ର୍ନିବାଚନ ମଣ୍ଡଳୀ ହାତେଇବାକୁ ସଫଳ ହେଉଛି ଏହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।