ଆରମ୍ଭ ହେଲା ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ

Feb 11, 2019 - 19:25
 173
ଆରମ୍ଭ ହେଲା ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୧/୨(ସକାଳଖବର): ୧୯ ବର୍ଷର ସ୍ଥାଣୁ, ଅପାରଗ ଓ ଦୁର୍ନିତିଖୋର ସରକାର ବିରୋଧରେ ଦୁର୍ନୀତି ଭଷ୍ଟ୍ରାଚାରଠୁ ଆରମ୍ଭ କରି ପ୍ରିୟାପ୍ରିତି ତୋଷଣ ପର୍ଯ୍ୟନ୍ତ ଏସବୁର ଏକ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ଏହି ତାଲିକା ପଚାଂୟତରୁ ବ୍ଲକ ଓ ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି । ପୌର ପରିଷଦରୁ ମୁନିସପାଲିଟି ଦେଇ ମୁନସିପାଲ କର୍ପୋସନ ଯାଏଁ ଲମ୍ବି ରହିଛି । ଭୁବନେଶ୍ୱର ଉନ୍ନୟନ କର୍ତୁପକ୍ଷ(ବିଡିଏ) ଏବଂ କଟକ ଉନ୍ନୟନ କର୍ତୁପକ୍ଷ(ସିଡିଏ) ଭଳି ସମସ୍ତ ଅନୁଷ୍ଠାନ ଗୁଡିକ ଦୁର୍ନିତୀ ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଏହି ଲମ୍ବା ତାଳିକାକୁ ଲୋକଙ୍କ ପାଖକୁ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଠାରୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହା ୧୧ ଫେବୃଆରୀରୁ ଆରମ୍ଭ ହୋଇ ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ଏହାର ଆରମ୍ଭ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ଜନ ଅଦାଲତ କାର୍ଯ୍ୟକ୍ରମ ରାଜ୍ୟର ୨୧ ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ କରାଯିବ । ଏହି କାର୍ଯ୍ୟକ୍ରମ ବେଳେ ପ୍ରତ୍ୟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାଣୁତା ଓ ଅପରାଗତାକୁ ସାମନାକୁ ଅଣାଯିବ । ସାଧାରଣ ଜନପ୍ରତିନିଧୀ ତଥା ବିଜୁଜନତା ଦଳର ବ୍ଲକ ଚ୍ୟାୟରମାନ୍ଠୁ ଆରମ୍ଭ ସରପଚଂ,ବିଧାୟକ ଏବଂ ସାଂସଦମାନଙ୍କ ଦୁର୍ନୀତି , ଭ୍ରଷ୍ଟାଚାର ଯୋଗୁଁ ସାଧାରଣ ଓଡିଆ ଲୋକମାନେ କିପରି ଅବହେଳିତ ହୋଇଛନ୍ତି ତାହାର ଏକ ୧୫ ମିନିଟ୍ର ଚାକୁସ ପ୍ରମାଣ କୁ ଲୋକମାନଙ୍କୁ ଦେଖାଯିବ । ଏହି ଜନ ଅଦାଲତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଏକ କୋର୍ଟ ରୁମର ପରିସର ଭଳି କରି ଜଣେ ସାଙ୍କେତିକ ଭାବେ ଜଜ୍ଙ୍କୁ ବସାଯିବାର ବ୍ୟବସ୍ଥା କରାଯାଇଛି । ଉପସ୍ଥିତ ଥିବା ଜନସାଧାରଣ ମାନେ ସ୍ଥାନୀୟ ଜନପ୍ରତିନିଧୀଙ୍କ ଉଦେ୍ଧଶ୍ୟରେ ସେମାନଙ୍କର ଅଭିଯୋଗ କହିବେ । ବିଚାରପତି ତାହାର ଶୁଣାଣି କରିବେ । ପରେ ବିଚାରପତି ଓ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତି ମାଧ୍ୟମରେ ଏହି ସରକାର ପରିବର୍ତନ କରିବାକୁ ଶପଥ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଜନ ଅଦାଳତ କାର୍ଯ୍ୟକ୍ରମ ଆଜି ୩ଟି ସ୍ଥାନ ଯଥା ବ୍ରହ୍ମପୁର, ପୁରୀ ଏବଂ କଳାହାଣ୍ଡିରେ ଅନୁଷ୍ଠିତ ହେବ । ଆସନ୍ତା ଫେବୃୟାରୀ ୧୨ ତାରିଖରେ ମୟୁରଭଞ୍ଜ, ସମ୍ବଲପୁର ,କେନ୍ଦ୍ରପଡା, ଫେବୃଆରୀ ୧୩ ତାରିଖରେ ଢେଙ୍କାନାଳ,ନବରଙ୍ଗପୁର, କେନ୍ଦୁଝର, ଫେବୃଆରୀ ୧୪ ତାରିଖରେ ବରଗଡ, କଟକ ,କନ୍ଧମାଳ, ଫେବୃଆରୀ ୧୫ରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ, ଫେବୃଆରୀ ୧୬ରେ ଭଦ୍ରକ ଓ ବଲାଙ୍ଗିର ଏବଂ ୧୭ ତାରିଖରେ ଭୁବନେଶ୍ୱର, ଯାଜପୁର,ଜଗତସିଂହପୁର ଆହି ଏହି ୨୧ଟି ଲୋକସଭା କ୍ଷେତ୍ରରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।