ବଦଳିଲେ ବାରିପଦା ଓଏଫଡ଼ିସିର ଭାରପ୍ରାପ୍ତ ଉପ-ଖଣ୍ଡିୟ ଅଧିକାରୀ

Aug 22, 2018 - 17:50
 153
ବାରିପଦା,୨୨/୮ (ସକାଳକବର): ଗଣତନ୍ତ୍ରର ବିଜୟ ହେଲା । ଗତ ଜୁଲାଇ ୨୯ ରବିବାର ପୂର୍ବାହ୍ନରେ ବାରିପଦା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବାରିପଦା ଓଏଫଡ଼ିସିର ଭାରପ୍ରାପ୍ତ ଉପ-ଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କ ବିରୋଧରେ ଅତ୍ୟନ୍ତ ସ୍ୱେଚ୍ଛାଚାରୀ ହୋଇପଡ଼ିବା ସାଙ୍ଗକୁ ଦୁର୍ନୀତିରେ ଉବୁଟୁବୁ ହେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣି ତାଙ୍କର ତୁରନ୍ତ ବଦଳି ଦାବି କରି କରିଥିଲେ । କେବଳ ଏତିକି ନୁହେଁ ମୟୂରଭଞ୍ଜ ସନସାଧାରଣଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବାର ଅଭିଯୋଗ ଆଣିଥିଲେ । ତେଣୁ ତାଙ୍କୁ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାରୁ ବଦଳି କରାଯିବାର ଦାବି ନେଇ ମଞ୍ଚ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ନିଦେ୍ର୍ଧଶକ ଆଦିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମଞ୍ଚର ଦାବି ପୁରଣ କରା ନଗଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବନ ବିଭାଗର କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଜନସାଧାରଣଙ୍କ ଏହି ଦାବିକୁ ସମ୍ମାନ ଦେଇ ବାରିପଦା ଓଏଫଡ଼ିସିର ଉପଖଣ୍ଡିୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କୁ ଅନ୍ୟତ୍ର ବଦଳି କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଦେବା ପରେ ବନ ବିଭାଗ ପକ୍ଷରୁ ମେମୋ ନମ୍ବର ୧୬୧୪୨/୧୮.୦୮.୨୦୧୮ରେ ଏକ ଆଦେଶନାମା ଜାରି କରାଯାଇଛି ଓ ଶେଷରେ ଖଣ୍ଡିୟ ଅଧିକାରୀ ବାରିପଦା କାର୍ଯ୍ୟାଳୟରୁ ବଦଳି ହୋଇ ସମ୍ବଲପୁର ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇ ଥିବା ବେଳେ ତାଙ୍କ ସ୍ଥାନରେ କେଉଁଝର ଡ଼ିଭିଜନାଲ ମ୍ୟାନେଜରକୁ ବାରିପଦା ଖଣ୍ଡିୟ ଅଧିକାରୀ ଭାବେ ବଦଳି କରାଯାଇଛି ।