ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ନିମନ୍ତେ କେନ୍ଦ୍ରକୁ ପତ୍ର
ବାରିପଦା,୨୨/୮ (ସକାଳଖବର): ୨୦୧୧ ଜନଗଣନା ଆଧାରରେ ମୟୂରଭଞ୍ଜ ଜିଲ୍ଲାର ଜନ ସଂଖ୍ୟା ୨୫ ଲକ୍ଷ ୯ ହଜାର ୭୩୮ । ଏହା ମଧ୍ୟରୁ ଜିଲ୍ଲାରେ ଅନୁସୂଚିତ ଜନଜାତି ସଂଖ୍ୟା ୧୪ ଲକ୍ଷ ୭୯ ହଜାର ୫୭୬ ରହିଥିଲା । ପୁଣି ଏହି ଅନୁସୂଚିତ ଜନଜାତି ମଧ୍ୟରୁ କେବଳ ସାନ୍ତାଳ ସମ୍ପ୍ରଦାୟ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ ରହିଥିବା ବେଳେ ପୂର୍ବରୁ ଏମାନଙ୍କ ଭାଷାକୁ ଭାରତର ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇଥିଲା । ‘ଳରେ ହୋ, ମୁଣ୍ଡାରୀ, ଭୂମିଜ ଆଦି ପଛୁଆ ଜନଜାତି ସମ୍ପ୍ରଦାୟର ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟକୁ ଅଣଦେଖା ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରକାରର ପାତର ଅନ୍ତର ସହିତ ସରକାରଙ୍କ ଦ୍ୱାରା ଉପେକ୍ଷିତ ହେଉଥିବାର ହୃଦୟଙ୍ଗମ କରି ହୋ, ମୁଣ୍ଡାରୀ, ଭୂମିଜ୍ ଆଦି ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉକ୍ତ ସମ୍ପ୍ରଦାୟର ପ୍ରତିନିଧି ମଣ୍ଡଳୀ ସେମାନଙ୍କ ଭାଷାକୁ ସମ୍ବିଧାଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ବାରମ୍ବାର ଅନୁରୋଧ ଜଣାଇଆସୁଥିଲେ । ଓଡ଼ିଶା ବିଧାନସଭା ଉପବାଚସ୍ପତି ହୋ, ମୁଣ୍ଡାରୀ, ଭୂମିଜ୍ ଆଦି ସମ୍ପ୍ରଦାୟର ଦାବି ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋ, ମୁଣ୍ଡାରୀ ଓ ଭୂମିଜ୍ମାନଙ୍କର ଦୀର୍ଘ ଦିନର ଦାବିର ଯଥାର୍ଥତାକୁ ଅନୁଭବ କରି ସାନ୍ତାଳୀ ଭାଷା ପରି ଉପରୋକ୍ତ ତିନି ଗୋଟି ଭାଷା, ସାହିତ୍ୟ, ସଂସ୍କୃତି, କଳା ଆଦିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଇବା ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଗତ ଅଗଷ୍ଟ ୬ରେ ଡ଼ିଓ ନଚ. ୟୁଏମ-୨/୨୦୧୮/ସିଏମ ଦ୍ୱାରା ସୁପାରିଶ କରିଛନ୍ତି ବୋଲି ବିଧାନସଭା ଉପବାଚସ୍ପତି ମାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ସମସ୍ୟା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା, ଆର୍ଥିକ ସ୍ୱାବଲମ୍ବୀ କରାଇବା, ସେମାନଙ୍କ କଳା, ସଂସ୍କୃତି ଭାଷା, ସାହିତ୍ୟ ଆଦିର ବିକାଶ ସହିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଇବାର ମହତ୍ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ନେଇ ଆରମ୍ଭ କରିଥିବା ମିଶନ ୬୦ ଆସ୍ତେ ଆସ୍ତେ ସ‘ଳତାର ଗୋଟାଏ ଗୋଟାଏ ସୋପାନ ଅତିକ୍ରମ କରିବାରେ ଲାଗିଛି ।