ଗାଁ ନିକଟ ଜଙ୍ଗଲରୁ ଠାବ ହେଲା ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ

Jan 20, 2022 - 06:43
 47
ଗାଁ ନିକଟ ଜଙ୍ଗଲରୁ ଠାବ ହେଲା ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ
କାମାକ୍ଷାନଗର ୨୦।୦୧: ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡିହ ଗାଁ ନିକଟ ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ମୃତକ ହେଲେ ଉତ୍ତରପ୍ରଦେଶର ସଞ୍ଜିବ କୁମାର ମୋହରିଆ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସଞ୍ଜିବ କୁମାର ମୋହରିଆ କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନୀରେ ହାଇଓ୍ୱାର ଡ୍ରାଇଭର କାମ କାମ କରୁଥିଲେ । ହେଲେ ବିଜାଡିହ ଗାଁ ନିକଟ ଜଙ୍ଗଲରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ବେଳେ ପୋଲିସ ଘଟଣାର ସରଜମିନ୍‌ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।