ଫୋନି ଓଡ଼ିଶା ମୁହାଁ

Apr 30, 2019 - 06:31
 191
ଫୋନି  ଓଡ଼ିଶା  ମୁହାଁ
ଭୁବନେଶ୍ୱର, ୩୦ା୪(ସକାଳଖବର): ସମ୍ଭାବ୍ୟ ବାତ୍ୟା ଫୋନି ପାଇଁ ସବୁ ଜିଲ୍ଲାର ସିଡ଼ିଏମଓଙ୍କୁ ସତର୍କ କରିଛି ସ୍ୱାସ୍ଥ୍ୟ ବିଭାଗ । ମେ୩ ଠାରୁ ଫୋନି ପାଇଁ ସତର୍କ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବ୍ଲକସ୍ତରରେ ସବୁ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସଦର ମହକୁମା ନଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଆବଶ୍ୟକ ସ୍ଥଳେ କଣ୍ଟ୍ରୋଲ ରୁମ ଖୋଲି ନିୟମିତ ସୂଚନା ଦିଆଯିବ । ୧୪ଟି ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରିସ୍ଥିତି ଦେଖାଦେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୪ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦ୍ୁଝର ବି ପ୍ରଭାବିତ ବେହାର ଆଶଙ୍କା ରହିଛି ବୋଲି ସୂଚନା ମିଳିଛି । ଆନ୍ଧ୍ରର ମଛଲିପଟନମଠାରୁ ୭୬୦କିଲୋମିଟର ଦୂରରେ ରହିଛି ଫୋନି । ମେ ୧ତାରିଖ ସନ୍ଧ୍ୟା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ ଫୋନି । ଫୋନି ପ୍ରଭାବରେ ମେ ୨ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମେ ୩ରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ମେ୨ ଓ୩ରେ ଉପକୂଳ ଓଡ଼ିଶାରେ ୬୦-୮୦ କିମି ବେଗରେ ପବନ ବହିପାରେ । ରାଜ୍ୟର ସବୁ ବନ୍ଦରରେ ୨ନମ୍ବର ସତର୍କ ସଙ୍କେତଜାରି କରାଯାଇଛି । ମେ୧ ରୁ୩ ଯାଏଁ ଧୀବରଙ୍କୁ ସମୁଦ୍ରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ । ପୂର୍ବରୁ ଯାଇଥିବା ଧୀବରଙ୍କୁ ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।