ପ୍ରାକ୍ ମୋକଦ୍ଧମା ମଧ୍ୟସ୍ଥତା କେନ୍ଦ୍ର ଉଦ୍ଘାଟିତ

Aug 4, 2019 - 11:25
 175
କନ୍ଧମାଳ, ୨/୮(ସକାଳଖବର): ଆଜି ଫୁଲବାଣୀ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଏକ ପ୍ରାକ-ମୋକଦ୍ଧମା ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲା ଦୌରାଜଜ୍ ତଥା ଫୁଲବାଣୀ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଗୌତମ ଶର୍ମା ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଗତ ୨୨.୦୨.୨୦୧୩ ରେ ସୁପି୍ରମକୋର୍ଟ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ଦେଇଥିବା ନିଦେ୍ର୍ଧଶ ମୁତାବକ, ରାଜ୍ୟ ଆଇନ ସେବା ପ୍ରାଧିକରଣର ସମସ୍ତ ଜିଲାର ଆଇନ ସେବା ପ୍ରାଧିକରଣକୁ ଏହି କେନ୍ଦ୍ର ଖୋଲିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି କେନ୍ଦ୍ରରେ ଜିଲାର ସମସ୍ତ ବୈବାହିକ ବିବାଦ ସମେତ ବ୍ୟବସାୟିକ ତଥା ଅନ୍ୟାନ୍ୟ ବିବାଦ ଗୁଡିକର ଆପୋଷ ବୁଝାମଣା ଜରିଆରେ ମୋକଦ୍ଧମା ପୂର୍ବରୁ ସମାଧାନ କରାଯିବ ବୋଲି ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପାରିବାରିକ ନ୍ୟାୟାଳୟର ବିଚାରପତି ନିରଞ୍ଜନ ପଣ୍ଡା, ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ, ସ୍ଥାୟୀ ଲୋକ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ, ଅତିରିକ୍ତ ଦୌରାଜଜ୍ ସମରବିଳାସ ବେହେରା, ସିଜେଏମ ଶ୍ରୀମତୀ ଆର. ଜ୍ୟୋତୀଶ୍ରୀ, ରେଜିଷ୍ଟ୍ରାର ସୌଭାଗ୍ୟରଞ୍ଜନ ସ୍ୱାଇଁ, ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ପତଞ୍ଜଳି ସାହୁ, ଏସ.ଡି.ଜେ.ଏମ ପୁନ୍ୟଶ୍ଲୋକ ରଥ ଓ ଜେଏମଏଫସି ମିର୍ଜା ଅସଲମଙ୍କ ସମେତ ଫୁଲବାଣୀ ବାର୍ ଆସୋସିଏସନର ସମ୍ପାଦକ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଆଇନଜିବୀ ମାନେ ଉପସ୍ଥିତ ଥିଲେ ।