ପ୍ରାକୃତିକ ନାଳ କଭର ହୋଇପାରିବନି: କମିଶନର

Sep 22, 2021 - 09:37
 124
ପ୍ରାକୃତିକ ନାଳ କଭର ହୋଇପାରିବନି: କମିଶନର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ ପାଇଁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି । ମୁକୁଳା ଡ୍ରେନ ଉପରେ ଘୋଡ଼ଣୀ ପକାଇବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିପାରୁନାହିଁ । ଫଳରେ ଗତ କିଛି ଦିନ ତଳେ ମୁକୁଳା ଡ୍ରେନରେ ପଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଏମସି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଆଜି ବିଏମସି କମିଶନର ସଞ୍ଜୟ ସିଂ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ପ୍ରାକୃତିକ ନାଳ କଭର ହୋଇପାରିବ ନାହିଁ । ପ୍ରାକୃତିକ ନାଳକୁ କଭର ନକରିବା ପାଇଁ ଏନଜିଟିଙ୍କ ନିଦେ୍ର୍ଧଶ ରହିଥିବା ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ବର୍ଷା ୬୩ବର୍ଷର ରେକର୍ଡ ଭାଙ୍ଗିଥିଲା। ଭୁବନେଶ୍ୱରରେ ଜଳବନ୍ଦୀ ସୃଷ୍ଟି ହେଉଥିବା ଜାଗା ଚିହ୍ନଟ ହୋଇଛି। ୭୫ଟି ଏଭଳି ସ୍ଥାନ ଚିହ୍ନଟ ହୋଇଛି । ଏହି ସ୍ଥାନରେ କାହିଁକି ଜଳବନ୍ଦୀସମସ୍ୟା ସୃଷ୍ଟି ହେଉଛି ତାର କାରଣ ବାହାର କରାଯାଇଛି। କିପରି ସର୍ଟ ଟର୍ମ ଓ ଲଙ୍ଗ ଟର୍ମ ପାଇଁ ସମାଧାନ କରାଯିବ ତାହା ବାହାର କରାଯାଇଛି । ଗତକାଲି ଠାରୁ ସେହି ପଏଣ୍ଟ ଗୁଡିକର ରିଭୁ୍ୟ କରାଯାଉଛି। ଯେଉଁଠି ଜମି ଅଧିଗ୍ରହଣ ଓ ଏନଫୋର୍ସମେଣ୍ଟ ରିମୁଭାଲ ଦରକାର ପଡିବ ସେ ଦିଗରେ କାର୍ୟ୍ୟ ଆରମ୍ଭ କରାଯିବ । ନିଜ ନିଜ ଅଞ୍ଚଳର ଏଷ୍ଟିମେଟ ତିଆରି ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନେଚୁରାଲ ଡ୍ରେନରେ କଭର ନ କରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡ଼ ଲାଇନ ରହିଛି । ଗାଇଡ଼ ଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।