ସୁବର୍ଣ୍ଣପୁର ସହରରେ ବ୍ୟାପିଲା ଝାଡ଼ାବାନ୍ତି : ଶତାଧିକ ଆକ୍ରାନ୍ତ

Dec 13, 2018 - 18:36
 193
ସୁବର୍ଣ୍ଣପୁର, ୧୩/୧୨(ସକାଳଖବର): ସୁବର୍ଣ୍ଣପୁର ସହରରେ ୱାଡର଼୍କୁ ୱାଡର଼୍ ବ୍ୟାପୁଛି ଝାଡ଼ାବାନ୍ତି । ଗତ ଦୁଇ ଦିନ ହେଲା ସମ୍ପୃକ୍ତ ଅଂଚଳରେ ଝାଡ଼ାବାନ୍ତି ବ୍ୟାପୀ ଥିବାବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ଅଧିକାଂଶ ଅସୁସ୍ଥ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟ କେତେକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୂଷିତ ପାଣି ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଅଭିଯୋଗ ହେଉଛି । ଘଟଣାରେ ପଦକ୍ଷେପ ସ୍ୱରୂପ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନପତିପଡା, ଧିବରପଡା, କଳିଙ୍ଗନଗର, ପଟାଭାଡ଼ି, ମାଳିସାହି ଓ ବଡ ବଜାର ଅଂଚଳରେ ଆଜି ସକାଳ ଠାରୁ ଜଳ ଯୋଗାଣ ବନ୍ଦ ରହିଛି । ରାଉରକେଲା ଓ ସୁନାବେଡ଼ାରୁ ଜନସ୍ୱାସ୍ଥ୍ୟ ବିଭାଗର ୨ଟି ସ୍ୱତନ୍ତ୍ର ଟିମ୍ ଆସି ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଇଛନ୍ତି । ବିଭାଗ ପକ୍ଷରୁ ପ୍ରଭାବିତ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଛି । ଅନ୍ୟପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଂଚି ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ଫୁଟା ପାଣି, ବ୍ଲିଚିଂ ଓ ହାଲୋଜତିନ୍ ବଟିକା ପକାଇ ପାଣି ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯାଉଛି ।